fbpx

ସୋସିଆଲ ମିଡିଆରେ କୋହଲିଙ୍କ ପୁଅ ଅକାୟଙ୍କ AI ଫଟୋ ଭାଇରାଲ

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ସନ୍ତାନ ଜନ୍ମ ହେବାର ୫ ଦିନ ପରେ ସେ ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରିଛନ୍ତି। ଏନେଇ ଗତକାଲି ଅନୁଷ୍କା ନିଜ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଥିବାବେଳେ ଏହାକୁ ନେଇ ଦୁଇଦିନ ହେବ ବେଶ ଚର୍ଚ୍ଚା ହେଉଛି। ଗତ ୧୫ ତାରିଖରେ ଅନୁଷ୍କାଙ୍କ ପ୍ରସବ ହୋଇଥିବା ସେ ନିଜର ପୋଷ୍ଟରେ ଲେଖିଛନ୍ତି। ତେବେ ବିରୁଷ୍କା ନିଜର ସନ୍ତାନର ନାମ ‘ଅକାୟ’ ରଖିଥିବା ମଧ୍ୟ ପୋଷ୍ଟରେ ସେୟାର କରି ଜଣାଇଛନ୍ତି। ଆଉ ତାଙ୍କ ପୁଅଙ୍କ ‘ଅକାୟ’ ନାମକୁ ପ୍ରଶଂସକମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି। ସେହିପରି ଅକାୟଙ୍କୁ ନେଇ ସୋସିଆଲ ମିଡ଼ିଆ ଅନେକ ଚର୍ଚ୍ଚା ଲାଗି ରହିଛି।

ତେବେ ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଅକାୟ ଟ୍ରେଣ୍ଡରେ ରହିଥିବା ବେଳେ ତାଙ୍କର AI ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଯଦିଓ ଏଯାବତ କୋହଲି ତାଙ୍କ ପୁଅଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି କିନ୍ତୁ ଫ୍ୟାନ୍ସମାନେ ଗୋଟିଏ ପାଦ ଆଗକୁ ଯାଇ AI ଫଟୋ ପୋଷ୍ଟ କରିଛନ୍ତି। କେବଳ ଗୋଟିଏ କିମ୍ବା ଦୁଇଟା ନୁହେଁ ଅନେକ ଗୁଡ଼ାଏ AI ନିର୍ମିତ ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏହା ମଧ୍ୟରୁ ଏକ ଫଟୋରେ କୋହଲି ବ୍ୟାଟିଂ କରୁଥିବାବେଳେ ତାଙ୍କ ପୁଅ ଟିଭି ସାମନାରେ ବସି ଦେଖୁଛନ୍ତି । ଏବଂ ଅନ୍ୟ ଏକ ଫଟୋରେ ତାଙ୍କ ଫ୍ୟାମିଲି ଗ୍ରୁପ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି କିଛି ଫଟୋକୁ ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

Vipin Tiwari on X: "AI-generated imaginary picture of Virat Kohli's newborn  son. https://t.co/61RvJUvxsc" / X

ସୂଚନା ଥାଉକି, ଗତ ୨୦୧୭ ମସିହା ଡିସେମ୍ବର ମାସ ୧୧ ତାରିଖରେ କ୍ରିକେଟର ବିରାଟ ଓ ଅଭିନେତ୍ରୀ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଏହି ଷ୍ଟାର ଦମ୍ପତ୍ତିଙ୍କ ଏକ ଝିଅ ଜନ୍ମ ହୋଇଥିଲା। ଯାହାଙ୍କ ନାମ ସେମାନେ ଭାମିକା ବୋଲି ରଖିଥିଲେ। ତେବେ ଭାମିକା ପରେ ତାଙ୍କର ଏବେ ଏକ ପୁଅ ସନ୍ତାନ ଜନ୍ମ ନେଇଛି । ଯାହାଙ୍କ ନାମ ସେମାନେ ଅକାୟ ରଖିଥିବା କହିଛନ୍ତି।

 

Get real time updates directly on you device, subscribe now.