fbpx

ହୁତୁହୁତୁ ହୋଇ ଜଳିଲା ଟ୍ରେନ, ଢେଙ୍କାନାଳରେ ଅଘଟଣ

ଓଡ଼ିଶା ଭାସ୍କର: ପୁଣି ସାମ୍ନାକୁ ଆସିଲା ଆଉ ଏକ ବଡ଼ ଧରଣର ଟ୍ରେନ ଟ୍ରାଜେଡି। ମେଣ୍ଟେନାନ୍ସ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ଇଞ୍ଜିନ ଭାଗରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ତେବେ ହୁତୁହୁତୁ ହୋଇ ଇଞ୍ଜିନଟି ଜଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଦମକଳବାହିନୀ। ସେମାନେ ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ସର୍ଟ ସର୍କିଟ କାରଣରୁ ଏହି ଅଘଟଣ ଘଟିଥିବା କୁହାଯାଉଛି।

Get real time updates directly on you device, subscribe now.