fbpx

ବଡ ଖବର: ରାଜ୍ୟରେ ଆଉ ୯୦ କରୋନା ପଜିଟିଭ୍

ଭୁବନେଶ୍ୱର,୪ ।୬(ଓଡିଶା ଭାସ୍କର): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆଜି ରାଜ୍ୟରେ ଆଉ ନୂଆ ୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି । ଆଜିର ଚିହ୍ନଟ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୧୩ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫ ଓ ଗଞ୍ଜାମରୁ ୨୨ ଜଣ ଅଛନ୍ତି । ଏହା ସହ ନୟାଗଡରୁ ୭, ଅନୁଗୁଳରୁ ୧, ବାଲେଶ୍ୱରରୁ ୧, ଭଦ୍ରକରୁ ୯, କଳାହାଣ୍ଡିରୁ ୧, ସମ୍ୱଲପୁରରୁ ୧, ସୁନ୍ଦରଗଡରୁ ୫, ପୁରୀରୁ ୨, କଟକରୁ ୫, ବରଗଡରୁ ୧, ଢେଙ୍କାନାଳରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ୧୦୫୩ ଥିବା ବେଳେ ୧୪୧୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏହା ସହ ୭ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.