fbpx

ଖୁସି ଖବର: ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଓଡ଼ିଶା ଭାସ୍କର: ଅଙ୍ଗନବାଡ଼ି କର୍ମୀଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ଅଙ୍ଗନବାଡ଼ି କର୍ମୀମାନେ ୭୫୦୦ ଟଙ୍କା ଦରମା ପାଉଥିବା ବେଳେ ଏଣିକି ୧୦,୦୦୦ଟଙ୍କା ଦରମା ପାଇବେ। କାରଣ ସରକାର ବର୍ତ୍ତମାନ ସେମାନଙ୍କ ଦରମା ୨୫୦୦ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି ହୋଇଛି। ସେମାନଙ୍କ ଦରମା ୫୩୭୫ ରୁ ୭୨୫୦କୁ ବୃଦ୍ଧି କରିଛନ୍ତି ସରକାର। ଅପରପକ୍ଷେ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ସେମାନଙ୍କୁ ୩୭୫୦ ଟଙ୍କା ମିଳୁଥିବା ବେଳେ ଏବେ ସେମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ଦରମା ମିଳିବ। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ତେବେ ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ରାଜ୍ୟ ସରକାର ବାର୍ଷିକ ୩୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ଏହି ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଛି। ଏହା ଦ୍ୱାରା ୧ଲକ୍ଷ ୪୮ ହଜାର କର୍ମୀ ଉପକୃତ ହେବେ। ତେବେ ସେବାନିବୃତ୍ତ କର୍ମୀମାନେ ଯେଉଁମାନେ ପୂର୍ବରୁ ୪୦ ହଜାର ଟଙ୍କା ପାଉଥିଲେ, ସେମାନେ ଏବେ ୧ ଲକ୍ଷ ଟଙ୍କା ପାଇବେ। ୩୦ ହଜାର ପାଉଥିବା କର୍ମୀମାନେ ୭୫ ହଜାର ଟଙ୍କା ଓ ୨୦ ହଜାର ପାଉଥିବା କର୍ମୀ ୫୦ ହଜାର ଟଙ୍କା ପାଇବେ। ଚାକିରି ସମୟରେ ମୃତ୍ୟୁ ହେଲେ ବା ଅକର୍ମଣ୍ୟ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାର ଶିକାର ହୋଇ ଆଂଶିକ ଅକମଣ୍ୟ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ଘୋଷଣା କରି କୁହାଯାଇଛି।

ଏଠାରେ କହି ରଖୁ ଯେ, ଗତ କିଛିଦିନ ତଳେ ହଜାର ହଜାର ସଂଖ୍ୟାର ଅଙ୍ଗନବାଡ଼ି କର୍ମୀ ଦରମା ବୃଦ୍ଧି ନେଇ ଧାରଣା ଦେଇଥିଲେ। ଓ ଏହାକୁ ଧ୍ୟାନ ଦେଇ ସରକାର ସେମାନଙ୍କ ଦରମା ବୃଦ୍ଧି କରିଛନ୍ତି।

Get real time updates directly on you device, subscribe now.