fbpx

ନୋଟ୍‌ ଫର୍ ଭୋଟ୍ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ: ନୋଟ୍‌ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ଅର୍ଥାତ୍ ତାଙ୍କୁ ଏବେ ଏହି ମାମଲାରେ କୌଣସି ପ୍ରକାର ଆଇନଗତ ଛାଡ ମିଳିବ ନାହିଁ ।

ଏଣିକି ଟଙ୍କା ନେଇ ଭୋଟ୍ ଦେଲେ ଆଉ ଛାଡ ନାହିଁ । ସୁପ୍ରିମକୋର୍ଟଙ୍କ ୭ ଜଣିଆ ଖଣ୍ଡପୀଠ ଏହି ଐତିହାସକ ରାୟ ଶୁଣାଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ରୋକ ଯୋଗୁଁ ମାମଲା ହୋଇପାରୁ ନ ଥିଲା । ୧୯୯୮ର ପୂର୍ବ ରାୟକୁ ବଦଳାଇଦେଲେ ସୁପ୍ରିମକୋର୍ଟ । ଜନପ୍ରତିନିଧିଙ୍କ ଏଭଳି ଦୁର୍ନୀତି ଗଣତନ୍ତ୍ରକୁ ଧ୍ୱଂସ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ । ଏଣିକି ଏହି ମାମଲାରେ ଏମପି ଓ ଏମଏଲଏଙ୍କ ଉପରେ ମାମଲା ହୋଇପାରିବ ।

Get real time updates directly on you device, subscribe now.