fbpx

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭଉଣୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ଆସିଛି ଏକ ବଡ଼ ଦୁଃଖ ଖବର । ଗେହଲଟଙ୍କ ବଡ଼ ଭଉଣୀ ବିମଳୀ ଦେବୀ କଚ୍ଛାବାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳଙ୍କୁ ବିମଳାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଭଉଣୀଙ୍କ ମୃତ୍ୟୁ ନେଇ ଗେହଲଟ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିବା ସହ ଭଉଣୀଙ୍କ ବିୟୋଗ ତାଙ୍କ ପାଇଁ ସବୁଦିନ ପାଇଁ ଏକ ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି କହିଛନ୍ତି ।

ଗେହଲଟ ଲେଖିଛନ୍ତି, ‘ଭଉଣୀ ବିମଳା ମୋ ପାଇଁ ମା’ ପରି ଥିଲେ । ତାଙ୍କର ଅଭାବ ମୋ ପାଇଁ ସାରା ଜୀବନ ଲାଗି ରହିବ । ୯୩ ବର୍ଷର ଜୀବନ କାଳ ମଧ୍ୟରେ ସେ ମୋତେ ଅଶେଷ ସ୍ନେହ ଓ ଆଶିର୍ବାଦ ଦେଇଯାଇଛନ୍ତି । ଈଶ୍ୱର ତାଙ୍କୁ ନିଜର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏହା ମୁଁ ପ୍ରାର୍ଥନା କରୁଛି ।’ ଗେହଲଟ ତାଙ୍କର ବଡ଼ ଭଉଣୀ ବିମଳାଙ୍କୁ ବହୁତ ଭଲ ପାଉଥିଲେ । ତେଣୁ ଭଉଣୀଙ୍କୁ ହରାଇ ଏବେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ଗେହଲଟ । ପ୍ରତି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗେହଲଟଙ୍କ ଭଉଣୀଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିଥାନ୍ତି । ବିମଳାଙ୍କ ବିୟୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପରି ଅନେକ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.