fbpx

(video)ଶ୍ରୀନଗରରେ ମୋଦୀଙ୍କ ର‌୍ୟାଲିକୁ ନେଇ ଅନନ୍ତନାଗର ଗାୟକ ପ୍ରସ୍ତୁତ କଲେ ସୁମଧୁର ସଙ୍ଗୀତ, ୩୭୦ ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ବଡ ଧରଣର ର‌୍ୟାଲିରେ ସମ୍ବୋଧନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଶ୍ରୀନଗରର ବକ୍ସି ଷ୍ଟାଡିୟମକୁ ଜାତୀୟ ପତାକା ରଙ୍ଗରେ ରଙ୍ଗୀନ କରିଦିଆଯାଇଛି । ଏହା ସହିତ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଡ୍ରୋନ୍ ଉଡାଣ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ‘ବିକଶିତ ଭାରତ , ବିକଶିତ ଜାମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ଭାଗ ନେବେ ।
ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଧାରା ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଜାମ୍ମୁ କାଶ୍ମୀରକୁ ପ୍ରଥମ ଯାତ୍ରା । ଶ୍ରୀନଗର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ମାର୍ଗ ଦେଇ ଯିବେ ସେସବୁ ସ୍ଥାନରେ ବିଶେଷ ସୁରକ୍ଷା ପ୍ରବନ୍ଧନ କରାଯାଇଛି ।

ଏହି କ୍ରମରେ ବିଜେପି ନେତା କବିନ୍ଦ୍ର ଗୁପ୍ତା କହିଛନ୍ତି, ଆଜି ଜାମ୍ମୁ କାଶ୍ମୀରର ଚିତ୍ର ବଦଳି ଯାଇଛି । ଦୀର୍ଘ ବର୍ଷର ପରେ ଏଠାରେ ଶାନ୍ତି ଫେରିଛି । ଏହା ସତ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ କାଶ୍ମୀରକୁ କିଛି ଉପହାର ଦେବେ । ଆମେ ଦେଖିବାକୁ ପାଉଛୁ କି ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ କେତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଧାରା ୩୭୦ ହଟିବା ପରେ ଆଜି ଏଠାରେ ଲୋକମାନେ ନିର୍ଭୟରେ ବଞ୍ଚି ପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାଶ୍ମୀର ଗସ୍ତକୁ ନେଇ ଅନନ୍ତନାଗର ଗାୟକ ଇମରାନ ଅଜିଜ ଏକ ସୁମଧୁର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ସେ ନିଜ ଗୀତକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ପିତ କରିଛନ୍ତି ଓ ଆଶା ରଖିଛନ୍ତି କି ମୋଦୀ ଜାମ୍ମୁ କାଶ୍ମୀର ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ ।

Get real time updates directly on you device, subscribe now.