fbpx

ଓଡ଼ିଶାରେ ଏକା ଲଢ଼ିବ ବିଜେପି, ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଓଡ଼ିଶା ଭାସ୍କର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଗତ କିଛି ଦିନ ହେବ ଖୁବ ଚର୍ଚ୍ଚା ଲାଗି ରହିଛି। ହେଲେ ଏହି ପ୍ରସଙ୍ଗରେ ପୁଣିଥରେ ଏକ ବିସ୍ଫୋରକ ବୟାନ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନଥିବା ସେ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି। ଦିଲ୍ଲୀରୁ ଫେରିବା ପରେ ଏଭଳି କିଛି ବୟାନ ରଖିଛନ୍ତି ମନମୋହନ। ସେପଟେ ଗୋଟିଏ ପଟେ ଉଭୟ ଦଳର ନେତା ଓ କର୍ମୀ ଦ୍ଵନ୍ଦରେ ଥିବା ବେଳେ ଦଳର ଶୀର୍ଷ ନେତୃତ୍ୱ କେଉଁ ନିଷ୍ପତି ନେଲେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ବିଜେପି-ବିଜେଡି ମେଣ୍ଟ ହେବ କି ନାହିଁ ସେନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Get real time updates directly on you device, subscribe now.