fbpx

ଅଗ୍ନି ୫ର ସଫଳ ପରୀକ୍ଷଣ, ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ

ଭୁୁବନେଶ୍ୱର: ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ଅଗ୍ନି ୫ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ୍ । ଏହା ଅଗ୍ନି ୫ର ୨୫ତମ ଭର୍ସନର ପରୀକ୍ଷଣ । ଏହି ଅଗ୍ନି ୫ ବାଲିଷ୍ଟିକ୍ ମିଜାଇଲର ୫ହଜାର କିମି ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହା ବ୍ୟତିତ ୧.୫ ଟନ୍ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି । ଏହି ପରୀକ୍ଷଣ ନେଇ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଲେ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.