fbpx

ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ

ନୂଆଦିଲ୍ଲୀ: କେନ୍ଦ୍ରରେ ସରକାର ଗଠନ ହେଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଦିଆଯିବ ବୋଲି ବୁଧବାର କଂଗ୍ରେସ ଘୋଷଣା କରିଛି । ୨୦୧୯ ନିର୍ବାଚନୀ ଇସ୍ତାହାରରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ‘ନ୍ୟାୟ’ ଅର୍ଥାତ୍ ସର୍ବନିମ୍ନ ଆୟ ଯୋଜନାର ପରିମାଣ ବୃଦ୍ଧି କରି ଦଳ ଏହି ପ୍ରତିଶ୍ରୁତି ଦେଇଛି । ୨୦୧୯ ନିର୍ବାଚନ ସମୟରେ କଂଗ୍ରେସ ଦେଶର ୫ କୋଟି ପରିବାରକୁ ବାର୍ଷିକ ୬ ହଜାର ଅର୍ଥାତ୍ ୭୨ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲା । ଏଥର ଦଳ ନିଜର ପୁରୁଣା ପ୍ରତିଶ୍ରୁତି ଅନୁଯାୟୀ କରାଯାଇଥିବା ଘୋଷଣା ପରିମାଣକୁ ବାର୍ଷିକ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଏବେ ଏହି ଟଙ୍କା ପରିବାରର ଜଣେ ମହିଳା ସଦସ୍ୟଙ୍କୁ ଦିଆଯିବ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ଏକ ଭିଡିଓ ଜାରି କରି ଏହା କହିଛନ୍ତି । ମହାରାଷ୍ଟ୍ରର ଧୁଲେରେ ମହିଳାମାନଙ୍କ ର ଏକ ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧି ୫ ଜଣ “ମହିଳା ନ୍ୟାୟ”ର ଗ୍ୟାରେଣ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାର ପ୍ରଥମ ଗ୍ୟାରେଣ୍ଟି ହେବ ମହାଲକ୍ଷ୍ମୀ ଗ୍ୟାରେଣ୍ଟି, ଯେଉଁଥିରେ ଗରିବ ପରିବାରର ମହିଳା ସଦସ୍ୟଙ୍କୁ ବର୍ଷକୁ ଏକ ଲକ୍ଷ ଟଙ୍କା ମିଳିବ। କେନ୍ଦ୍ର ସରକାରଙ୍କ ଚାକିରିର ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

Get real time updates directly on you device, subscribe now.