fbpx

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୪ % ଡିଏ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪%କୁ ବୃଦ୍ଧି ଘୋଷଣା କରିଛନ୍ତି । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ । ରାଜ୍ୟ କର୍ମଚାରୀଙ୍କ ଡିଏ ୪୬ % ରୁ ବଢ଼ି ୫୦ % ହେଲା ।

ରାଜ୍ୟ ସରକାର ଏହି ହାରକୁ ୪୬%ରୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ସପକ୍ଷରେ ଯଥାକ୍ରମେ ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ବର୍ଦ୍ଧିତ ଡିଏ ୦୧.୦୧.୨୦୨୪ ରୁ ପିଛିଲା ଭାବେ ଲାଗୁ କରାଯିବ । ଏହା ଦ୍ୱାରା ଉପକୃତ ହେବେ ୪.୫ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଭୋଗୀ ।

Get real time updates directly on you device, subscribe now.