fbpx

୪୬ ବର୍ଷରେ କନ୍ୟା ସାଜିବେ ମଲାଇକା, ଜୁନରେ ଅର୍ଜୁନଙ୍କ ସହ ବାହାଘର!

ବଲିଉଡର ଅଜବ-ଗଜବ ଓ ହଟ୍ କପଲ୍ ଲିଷ୍ଟରେ ସାମିଲ ଥିବା ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା । ଉଭୟ ଅଧିକ ସମୟ ଧରି ରିଲେସନସିପରେ ଥିବା ବେଳେ ଦୁହେଁ ଦୁହିଁଙ୍କର ରୋମାଣ୍ଟିକ୍ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ମଲାଇକା-ଅର୍ଜୁୁନ ବହୁବାର ନିଜ ସମ୍ପର୍କକୁ ନେଇ ଖୋଲି କହିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ଯେବେଠାରୁ ଖବର ଆସିଛି, ସେବେଠାରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି । ଏବେ ସେମାନଙ୍କ ବିବାହକୁ ନେଇ ଏକ ବଡ ଖବର ସାମନାକୁ ଆସିଛି ।

ଲକଡାଉନ ଯୋଗୁଁ ଦୁହେଁ ଘରେ ସମୟ ବିତାଉଥିବା ବେଳେ ମଲାଇକା ନିଜର ହଟ୍ ଫଟୋକୁ ସେୟାର କରି ଲୋକଙ୍କୁ ପାଗଳ କରୁଛନ୍ତି । ଏହାରି ମଧ୍ୟରେ କିଛି ସୂତ୍ରରୁ ଖବର ମିଳିଛି କି, ୪୬ ବର୍ଷୀୟା ମଲାଇକା ଜୁନରେ ହିଁ ୩୩ ବର୍ଷର ଅର୍ଜୁନ କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ।

ତେବେ କିଛି ମାସ ପୂର୍ବରୁ ଅର୍ଜୁନ ବାହାଘରକୁ ନେଇ ଏକ ଇଣ୍ଟରଭ୍ୟୁରେ ନିଜର ପ୍ରତିିକ୍ରୟା ରଖିଥିଲେ । ସେ କହିଥିଲେ ଯେ, ମୋତେ ଏବେ ୩୩ ବର୍ଷ ହୋଇଥିବାରୁ ବାହା ହେବାର ପ୍ରଶ୍ନ ହିଁ ଉଠୁନି । ପରିବାରର ବିନା ସହମତିରେ ବାହା ହେବି ନାହିଁ । ଯଦି ଏପରି କିଛି ହୁଏ ତେବେ ଆପଣଙ୍କୁ ପ୍ରଥମେ କହିବି ବୋଲି ଅର୍ଜୁନ୍ କହିଛନ୍ତି । ଅନ୍ୟପଟେ ମଲାଇକା ଓ ଅର୍ଜୁନଙ୍କ ପରିବାରରେ ବାହାଘରକୁ ଗ୍ରୀନ୍ ସିଗନାଲ ମିଳିଥିବା ଜଣାପଡିଛି ।

Get real time updates directly on you device, subscribe now.