fbpx

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଗୋଟିଏ ବାଇକକୁ ବସ୍ ଧକ୍କା ଦେବାରୁ ସୃଷ୍ଟି ହେଲା ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ: ଆଜିକାଲି ଯାନବାହନ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇବା ଫଳରେ ସେହି ଅନୁପାତରେ ସଡ଼କ ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଅନେକ ସମୟରେ ଏପରି କିଛି ଦୁର୍ଘଟଣା ଘଟିଥାଏ ଯାହା ଯେତିକି ଭୟଙ୍କର ହୋଇଥାଏ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ ହୋଇଥାଏ । ଏପରି ଏକ ଘଟଣା ଆଜି ଆଫଗାନିସ୍ତାନରେ ଦେଖିବାକୁ ମିଳିଛି । ଗୋଟିଏ ବସ୍ ଏକ ବାଇକକୁ ଧକ୍କା ଦେବା ଫଳରେ ଏକ ଭୟଙ୍କର ଦୁର୍ଘଟଣା ସୃଷ୍ଟି ହୋଇଥିଲା ।

ଦକ୍ଷିଣ ଆଫଗାନିସ୍ତାନରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହେବା ସହିତ ୨୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩୮ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ତେବେ ଗୋଟିଏ ବାଇକକୁ ଏକ ବସ ଧକ୍କା ଦେବା ପରେ କେବଳ ବାଇକର କ୍ଷତି ଘଟିବା କଥା । ମାତ୍ର ବସଟି ଯେପରି ଭାବେ ଚୁରମାର ହୋଇଛି ତାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ପ୍ରକୃତ କଥା ହେଉଛି, ବାଇରେ ଦୁଇଜଣ ଯାଉଥିବା ସମୟରେ ବସ ସହିତ ସେମାନଙ୍କର ଧକ୍କା ହୋଇଥିଲା । ବାଇକ୍ ସହ ଧକ୍କା ହେବା ଫଳରେ ବସଟି ନିୟନ୍ତ୍ରଣ ହରାଇଥିଲା । ଏହାପରେ ନିକଟରେ ଛିଡ଼ା ହୋଇଥିବା ଏକ ଇନ୍ଧନ ଟ୍ୟାଙ୍କକୁ ବସଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଚୁରମାର ହୋଇଥିବା ବସ ଓ ଟ୍ୟାଙ୍କରର ଫଟୋକୁ ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହେଉଛି । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ବୋଲି କୁହାଯାଉଛି । ପୋଲିସ ଏହି ଦୁର୍ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.