fbpx

ମହିଳା ପ୍ରିମିୟର ଲିଗ୍ -୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ

ଓଡ଼ିଶା ଭାସ୍କର: ମହିଳା ପ୍ରିମିୟର ଲିଗ୍ -୨୦୨୪ରେ ଏଥର ଟାଇଟଲ୍ ହାତେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ୧୧୪ ରନକୁ ଅତି ସହଜରେ ହାସଲ କରି ଆରସିବି ଏଥର ଚାମ୍ପିଅନ ହୋଇଛି। ଜବରଦସ୍ତ ବ୍ୟାଟିଂ କରି ୮ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ଦଳ।

ସୂଚନା ଥାଉକି, ଆଜି ସୁପର ସଣ୍ତେରେ ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ୍ ଲ୍ୟାନିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମେଗ୍ ଲାନିଂ ଓ ଶେଫାଲି ବର୍ମା ମଧ୍ୟ ଦଳକୁ ଭଲ ଆରମ୍ଭ ଦେବାରେ ସଫଳ ହୋଇଥିଲେ। କିନ୍ତୁ ଏହା ପରେ କୌଣସି ବ୍ୟାଟ୍ସମ୍ୟାନ୍ ବେଶୀ ସମୟ ପଡିଆରେ ରହିପାରିନଥିଲେ। ଭଲ ଆରମ୍ଭ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ପିନରଙ୍କ ବୋଲିଂରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ରାଭିଲିୟନକୁ ଫେରି ଯାଇଥିଲେ। ଯାହା ଫଳରେ ଖରାପ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ୧୧୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଆରସିବି। ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ ଭଲ ପଦର୍ଶନ କରି ୧୯.୩ ଓଭରରେ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରି ପ୍ରଥମ ଥର ପାଇଁ ଟାଇଟେଲ ହାତେଇବାରେ ସକ୍ଷମ ହୋଇଛି ଦଳ।

Get real time updates directly on you device, subscribe now.