fbpx

ପାଗଳ କୁକୁର କାମୁଡ଼ାରେ ୧୦ ଜଣ ଆହତ: ମେଡିକାଲରେ ଭର୍ତ୍ତି

ବଣାଇ: ବଣାଇରେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳ କୁକୁର । ରଥଚକ ବଜାର ଦାଣ୍ଡରେ ପାଗଳ କୁକୁରର ଆତଙ୍କ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ଲୋକ ଏହି ପାଗଳ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । ସେପଟେ ବନ ବିଭାଗକୁ ପାଗଳ କୁକୁର ସମ୍ପର୍କରେ ଖବର ମିଳିବା ପରେ ଏହାକୁ ଆୟତ୍ତ କରିବା ପାଇଁ ବିଭାଗ ତରଫରୁ ଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.