fbpx

(video)ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନ ପ୍ରାପ୍ତ କରିବାରେ ପ୍ରଥମ ବିଦେଶୀ ଶାସନମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି । ତେବେ ଭୁଟାନରୁ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରାପ୍ତ କରିବାରେ ମୋଦୀ ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ ପାଲଟି ଯାଇଛନ୍ତି । ଭୁଟାନର ରାଜା ଜିଗମେ ଖେସର ନାମଗ୍ୱାଲ ୱାଙ୍ଗଛୁକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’ରେ ସମ୍ମାନୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇବା ପରେ ଭୁଟାନକୁ ନିଜର ଧନ୍ୟବାଦ ଜଣାଇବା ସହ ଏହି ସମ୍ମାନକୁ ୧୪୦କୋଟି ଭାରତୀୟଙ୍କୁ ସମର୍ପିତ କରିଛନ୍ତି ବୋଲି କହିଛନ୍ତି ।

ଭୁଟାନର ଏହି ସର୍ବୋଚ୍ ସମ୍ମାନରେ ସମ୍ମାନୀତ ହେବା ପରେ ମୋଦୀ କହିଛନ୍ତି ଜଣେ ଭାରତୀୟ ଭାବରେ ଆଜି ମୋ ଜୀବନର ବହୁତ ବଡ ଦିନ ଥିଲା । ସେ କହିଛନ୍ତି ସମସ୍ତ ପୁରସ୍କାରରେ କିଛି ନା କିଛି ସ୍ୱତନ୍ତ୍ରତା ରହିଛି । କିନ୍ତୁ ଯେତେବେଳେ କୌଣସି ଅନ୍ୟ ଦେଶରୁ ପୁରସ୍କାର ମିଳିଥାଏ ସେତେବେଳେ ଏହି ବିଶ୍ୱାସ ସୃଷ୍ଟି ହୋଇଥାଏ କି ଆମେ ଦୁଇ ଦେଶ ସଠିକ୍ ଦିଗରେ ଆଗକୁ ବଢୁଛୁ । ଭାରତ ଓ ଭୁଟାନର ସମ୍ବନ୍ଧ ଯେତିକି ପୁରୁଣା ସେତିକି ନବୀନ ଓ ସାମୟିକ । ୨୦୧୪ରେ ଯେତେବେଳେ ମୁଁ ପ୍ରଥମେ ପ୍ରଧାନମନ୍ତ୍ରୀ ହୋଇଥିଲି ସେତେବେଳେ ମୋର ପ୍ରଥମ ବିଦେଶ ଯାତ୍ରା ରୂପରେ ମୋର ଭୁଟାନ ଆସିବା ସ୍ୱଭାବିକ ଥିଲା । ୧୦ ବର୍ଷ ତଳେ ଭୁଟାନ ପକ୍ଷରୁ କରାଯାଇଥିବା ସେହି ସ୍ୱାଗତକୁ ମୋ ପାଇଁ ସ୍ମରଣୀୟ ହୋଇ ରହିଛି । ତେବେ ଆଜି ଭୁଟାନ ରାଜଧାନୀ ଥିମ୍ପୁରେ ମୋଦୀଙ୍କ ସମ୍ମାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଥିଲା ଗରବା ନୃତ୍ୟ ଓ ସଙ୍ଗୀତ ଯାହାକୁ କି ମୋଦୀ ନିଜେ ଶବ୍ଦରୂପ ଦେଇଥିଲେ ।

Get real time updates directly on you device, subscribe now.