fbpx

୪ରୁ ୫ ଦିନ ବଢିପାରେ ସଟ-ଡାଉନ୍ ଅବଧି !

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲେ ବି କଟକଣାକୁ ଖାତିର କରୁନାହାନ୍ତି ଜନତା । ସଟଡାଉନରେ ବି ମନଇଛା ଚଲାବୁଲା କରିବା ସହ ଲୁଚିଛପି ଦୋକାନ ବଜାର ଖୋଲୁଥିବା ଦେଖିବାକୁ ମିଳୁଛି । ପୋଲିସ ଯେତେ ସତର୍କ ହେଲେ ବି ତାଙ୍କଠାରୁ ଦୁଇ ପାଦ ଆଗରେ ରହୁଛନ୍ତି ଲୋକେ । ଆଗକୁ କରୋନା ସଂକ୍ରମଣ ବିପଦଜ୍ଜନକ ସ୍ଥିତିରେ ପହଞ୍ଚିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ କୁହାଯାଇଥିଲେ କି ଲୋକମାନେ ଏହାକୁ ଫୁ କରି ଉଡାଇଦେଉଛନ୍ତି ।

ଓଡିଶାରେ ବି ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏନେଇ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସପ୍ତାହରେ୨ ଦିନ ସଟ୍-ଡାଉନ୍ ଲାଗୁ କରିଛନ୍ତି । କିନ୍ତୁ ଗାଁ, ଗଣ୍ଡା ଓ ସହରର ଲୋକେ ପୋଲିସ ଆଖରେ ଧୂଳି ଦେଇ ସଡ-ଡାଉନ୍ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି । ଏଥିପାଇଁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସହରରେ ସଟ୍-ଡାଉନ୍ ଅବଧି ବଢାଇବାକୁ ଯୋଜାନା ଚାଲିଛି । ସପ୍ତାହକୁ ୨ ଦିନ ବଦଳରେ ୪-୫ ଦିନ ସଟ୍-ଡାଉନ୍ ଲାଗୁ ହୋଇପାରେ ବୋଲି ସମ୍ଭାବନା ରହିଛି ।

Get real time updates directly on you device, subscribe now.