fbpx

ଆତଙ୍କବାଦୀ ହାଫିଜ ସଇଦଙ୍କୁ ଜେଲରେ ଦିଆଯାଇଛି କି ବିଷ? ଜାଣନ୍ତୁ ଭାଇରାଲ ହେଉଥିବା ଦାବିର ପ୍ରକୃତ ସତ ବିଷୟରେ..

ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଅତଙ୍କବାଦୀ ଏବଂ ଲସ୍କର-ଏ-ତାଇବାର ମୁଖିଆ ହାଫିଜ ସଇଦ ପାକିସ୍ତାନ ଜେଲରେ ଅଛନ୍ତି । ଟେରର ଫଣ୍ଡିଙ୍ଗର ଏକ ମାମଲାରେ ସଂଯୁକ୍ତ ରାଷ୍ଟ୍ରର ଦାବି ପରେ ପାକିସ୍ତାନ ତାଙ୍କୁ ଜେଲରେ ରଖିଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ତାଙ୍କୁ ଜେଲରେ ବିଷ ଦିଆଯାଇଛି । ଦାବି କରାଯାଉଛି ଯେ, ହାଫିଜ ସଇଦଙ୍କୁ ଜେଲରେ କିଏ ଜଣେ ବିଷ ଦେଇଛି ଏବଂ ବର୍ତ୍ତମାନ ସେ ଆଇସିୟୁ ରେ ଅଛନ୍ତି । ଅନେକ ଲୋକେ ଏହା ମଧ୍ୟ ଦାବି କରୁଛନ୍ତି ଯେ, ମୁଖତାର ଅଂସାରୀଙ୍କ ଭଳି ସେ ମଧ୍ୟ ଦୁନିଆରୁ ବିଦାୟ ନେଇସାରିଲେଣି ।

୭୪ ବର୍ଷୀୟ ହାଫିଜ ସଇଦ ପାକିସ୍ତାନର ଜେଲରେ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଏପରି ଖବର ଆସିନାହିଁ । ହାଫିଜ ସଇଦ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଏବଂ ଜେଲରେ ମଧ୍ୟ ବନ୍ଦୀ ଅଛନ୍ତି । ହାଫିଜ ସଇଦଙ୍କ ସହ ଜଡ଼ିତ ଖବର କୌଣସି ମଧ୍ୟ ପାକିସ୍ତାନୀ ଖବର କାଗଜରେ ଛପି ନାହିଁ । ସୋସିଆଲ ମିଡିଆରେ କରାଯାଉଥିବା ଦାବି ଅସ୍ଫଷ୍ଟ ଅଟେ । ସେ ବର୍ତ୍ତମାନ ବନ୍ଦୀ ରୂପେ ଜେଲରେ ଅଛନ୍ତି ।

ହାଫିଜ ସଇଦ ହେଉଛନ୍ତି ଭାରତର ଏକ ନମ୍ବର ୱାନ୍ ୱାଣ୍ଟେଡ ଆତଙ୍କବାଦୀ। ଭାରତ ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ବିଶ୍ୱ ସ୍ତରରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ହାଫିଜ ସଇଦ। ପାକିସ୍ତାନରେ ରହୁଥିବାବେଳେ ହାଫିଜ ସଇଦ ଅନେକ ସମୟରେ ଭାରତ ବିରୋଧୀ କାର୍ଯ୍ୟକଳାପ କରନ୍ତି। କାଶ୍ମୀରରେ ଅଶାନ୍ତି ଏବଂ ଅନୁପ୍ରବେଶ ପାଇଁ ମଧ୍ୟ ସେ ଦାୟୀ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ହାଫିଜ ସଇଦ ପ୍ଲାନ କରିଥିଲେ। ପୁଲୱାମା ଆକ୍ରମଣରେ ତାଙ୍କର ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଭାରତ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାଁନ୍ତି। ହାଫିଜ ସଇଦ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରି ଆତଙ୍କବାଦୀ ପାଣ୍ଠିରେ ଜଡିତ ଅଛନ୍ତି। ତାଙ୍କ ଭୂମିକା ଉପରେ ମଧ୍ୟ ଏନଆଇଏ ଅନୁସନ୍ଧାନ କରୁଛି। ସେ ଭାରତୀୟ ଏଜେନ୍ସିର ରାଡାରରେ ଅଛନ୍ତି।

Get real time updates directly on you device, subscribe now.