fbpx

ଗରମ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ , ମିଳିବ ଚମତ୍କାର ଫାଇଦା

ଓଡ଼ିଶା ଭାସ୍କର: ଗରମ କ୍ଷୀର ପିଇବା ପାଇଁ ବହୁତ ଭଲ । କିନ୍ତୁ ଏଥିରେ ଆଉ କିଛି ଜିନିଷ ମିଶାଇ ପିଇବା ଦ୍ୱାରା ଅନେକ ପ୍ରକାରର ଫାଇଦା ମିଳିଥାଏ । ତେବେ କ୍ଷୀରରେ ପ୍ରାୟ ସବୁ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ବୋଲି ଆମ ସମସ୍ତଙ୍କୁ ଜଣା । ଏଥିପାଇଁ ଏହାକୁ ସଂପୂର୍ଣ୍ଣ ଆହାରର ମାନ୍ୟତା ଦିଆଯାଇଛି । ନ୍ୟୁଟିସନିଷ୍ଟ ମଧ୍ୟ ଦିନକୁ ୨ ଗ୍ଲାସ୍ କ୍ଷୀର ପିଇବା ପାଇଁ କହିଥାନ୍ତି । ଏହାଦ୍ୱାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ, ଏହା ସହ ଯଦି ଆମେ ଗରମ କ୍ଷୀରରେ ଘିଅ ମିଶାଇ ପିଆଯାଏ ତେବେ ଏହାର ପୋଷକତତ୍ତ୍ୱ ଆହୁରି ବଢ଼ିଥାଏ । ଆସନ୍ତୁ ଜାଣିବା ଯେ ଗରମ କ୍ଷୀରେ ଦେଶୀ ଘିଅକୁ ମିଶାଇ ପିଇଲେ କ’ଣ କ’ଣ ଫାଇଦା ମିଳିଥାଏ ।

୧. ଆଣ୍ଠୁ ଦରଜରୁ ଆରାମ୍: ଯଦି ଆପଣ ଆଣ୍ଠୁ ବିନ୍ଧାକୁ ନେଇ ଚିନ୍ତିତ ତେବେ ଆପଣ ଗରମ କ୍ଷୀରରେ ଦେଶୀ ଘିଅ ମିଶାଇ ପିଇପାରିବେ । କ୍ଷୀରରେ କ୍ୟାଲସିୟମ ରହିଥାଏ ଯାହା କାରଣରୁ ହାଡ଼ ମଜବୁତ ହୋଇଥାଏ ।

୨. ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏମିତି ଏଥିପାଇର୍ କାରଣ ଏହାଦ୍ୱାରା ଆମର ମସ୍ତିଷ୍କର ଶିରା ଶାନ୍ତ ହେବାକୁ ଲାଗିଥାଏ ଏବଂ ଆପଣ ଶାନ୍ତି ଅନୁଭବ କରିଥାନ୍ତି । ସେହିଭଳି ଘିଅ ସେବନ ଦ୍ୱାରା ଷ୍ଟ୍ରେସ୍ କମ୍ ହୋଇଥାଏ ଏବଂ ଶାନ୍ତି ନିଦ ଲାଗିଥାଏ ।

୩. ପାଚନ ଭଲ ହୋଇଥାଏ: କ୍ଷୀର ଏବଂ ଘିଅର କମ୍ବିନେସନ ଆମର ପେଟ ପାଇଁ ଭଲ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଡାଇଜେଷ୍ଟିଭ ଏନଜାଇମ ରିଲିଜ ହୋଇଥାଏ ଯାହାଦ୍ୱାରା ପାଚନ ଅଧିକ ମଜବୁତ ହୋଇଥାଏ । ଏମିତିରେ, ଗ୍ୟାସ, ବଦହଜମି ଭଳି ସମସ୍ୟା ହୋଇନଥାଏ ।

୪. ଚର୍ମ ପାଇଁ ହୋଇଥାଏ ଲାଭଦାୟକ: ଯଦି ଆପଣ ସୁସ୍ଥ ଏବଂ ଚମକଦାର ସ୍କିନ୍ ଚାହୁଛନ୍ତି ତେବେ ଗରମ କ୍ଷୀର ଏକ ଗ୍ଲାସରେ ଦେଶୀ ଘିଅ ମିଶାନ୍ତୁ ।

Get real time updates directly on you device, subscribe now.