fbpx

(Video) ଆଶ୍ଚର୍ଯ୍ୟଜନକ ଘଟଣା: ପୁରୁଷ ଦୋକାନୀଙ୍କ ସାମ୍ନାରେ ଜଣେ ମହିଳା ଡ୍ରେସ ଚେଞ୍ଜ କଲେ

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଜମାନାରେ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ କ୍ଷଣିକ ମଧ୍ୟରେ ଖୁବ୍ ଭାଇରାଲ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ଦିଲ୍ଲୀରୁ ଆସିଛି ଏକ ବଡ଼ ଖବର । ଜଣେ ପୁରୁଷ ଦୋକାନଙ୍କ ସାମ୍ନାରେ ଜଣେ ମହିଳା ଡ୍ରେସ ଖୋଲିବା ସହିତ ପୋଷାକ ପରିବର୍ତ୍ତନ କରିଛନ୍ତି । ଯୁବତୀ ଜଣଙ୍କ ଦିଲ୍ଲୀର ପାଲିକା ବଜାର ସ୍ଥିତ ଏକ ଦୋକାନକୁ କପଡ଼ା କିଣିବାକୁ ଯାଇଥିବା ସମୟରେ ଏକ ଶାର୍ଟ ଟ୍ରାଏଲ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ପୁରୁଷ ଦୋକାନୀଙ୍କ ଉପସ୍ଥିତିରେ ମହିଳା ଜଣଙ୍କର ନିଜର କପଡ଼ା ଖୋଲି ଅନ୍ୟ ଡ୍ରେସ ପିନ୍ଧିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଉକ୍ତ କପଡ଼ା ଦୋକାନର ଚେଞ୍ଜିଂ ରୁମକୁ ବ୍ୟବହାର ନକରି ଓ ପୁରୁଷ ଦୋକାନୀଙ୍କ ଉପସ୍ଥିତିରେ ମହିଳା ଜଣଙ୍କ ନିଜର ଡ୍ରେସ ଚେଞ୍ଜ କରିଥିଲେ । ମହିଳା ଜଣଙ୍କ ଷ୍ଟୋର ଭିତରେ ଡ୍ରେସ ଖୋଲିବା ସହିତ ନୂଆ ଡ୍ରେସ ଟ୍ରାଏ କରିଥିଲେ । ଏହି ସବୁ ଘଟଣା ପୁରୁଷ ଦୋକାନୀଙ୍କ ସାମ୍ନାରେ ଘଟିଥିଲା । ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ମହିଳାଙ୍କର ଏହି କାରନାମାକୁ ନିନ୍ଦା କରିଛନ୍ତି । ମହିଳା ଜଣଙ୍କ ସବୁ ସୀମା ଟପିଯାଇଛନ୍ତି ବୋଲି ଅନେକ କହିଛନ୍ତି । ମହିଳା ଜଣଙ୍କ ନିଜକୁ ଓ ତାଙ୍କ ଆଖପାଖରେ ଥିବା ଲୋକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ମଧ୍ୟ ଅନେକ କହିଛନ୍ତି ।

ପାଲିକା ବଜାର ହକର୍ସ ଏପରି ଭାବେ ଡ୍ରେସ ଚେଞ୍ଜ କରିବାକୁ ଜଣଙ୍କୁ କିପରି ଅନୁମତି ଦେଉଛନ୍ତି ବୋଲି ଜଣେ ୟୁଜର୍ସ ପ୍ରଶ୍ନ କରିଛନ୍ତି । ଏପରି ଭିଡିଓ ରେକର୍ଡ କରିବା ଓ ତାହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଉଦ୍ଦେଶ୍ୟରେ ବୋଧହୁଏ ଏହା କରାଯାଇଛି ବୋଲି ଆଉ ଜଣେ ୟୁଜର ଏକ୍ସ’ରେ ଲେଖିଛନ୍ତି । ତେବେ ଯଦି ଜଣେ ସେଲ୍ସ ଗାର୍ଲଙ୍କ ସାମ୍ନାରେ ଜଣେ ପୁରୁଷ ଏପରି ଆଚରଣ କରିଥାନ୍ତେ ତେବେ କ’ଣ ହୋଇଥାନ୍ତା ବୋଲି ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.