fbpx

ଏପ୍ରିଲ ୨୬ରେ ହେବ ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ: ଜାରି ହେଲା ନୋଟିଫିକେସନ

ନୂଆଦିଲ୍ଳୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋବ । ଏଥିସହିତ ୪ଟି ରାଜ୍ୟରେ ମଧ୍ୟ ନିର୍ବାଚନ ହେବ । ତେବେ ବର୍ତ୍ତମାନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିଥିବା ବେଳେ ସେନେଇ ଦଳ ପକ୍ଷରୁ ଆଇନଗତ ଲଢ଼େଇ ଜାରି ରହିଛି । ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବ ।

ମେୟର ଓ ଡେପୁଟୀ ମେୟର ନିର୍ବାଚନ ଏପ୍ରିଲ ୨୬ ତାରିଖରେ ହେବା ନେଇ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ଶିଡ୍ୟୁଲ କରାଯାଇଛି । ଏନେଇ ଏମସିଡି ସେକ୍ରେଟାରୀ କାର୍ଯ୍ୟାଳୟ ତରଫରୁ ଏକ ବୟାନ ଜାରି କରି ଘୋଷଣା କରାଯାଇଛି । ଏଥିସହିତ ସମାନ ଦିନରେ ସିଭିଲ ବଡି ମିଟିଂ ମଧ୍ୟ ବସିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୨୬ ତାରିଖ ସକାଳ ୧୧ଟା ସମୟରେ ଅରୁଣା ଆସଫ ଅଲୀ ଅଡିଟୋରିୟମରେ ଏହି ବୈଠକ ବସିବ ।

Get real time updates directly on you device, subscribe now.