ଘରର ନିର୍ମାଣରେ କିଛି ଭୁଲ୍ ରହିଥିଲେ ବାସ୍ତୁ ସମସ୍ୟା ଦେଖାଯାଇଥାଏ। ତେବେ ଜ୍ୟୋତିଷ ବା ବାସ୍ତୁବିଦ୍ଙ୍କ ପରାମର୍ଶକ୍ରମେ ଅନେକ ଲୋକ ନିଜ ଘର ଭାଙ୍ଗି ପୁର୍ନନିର୍ମାଣ କରିଥା’ନ୍ତି । ଏଥିଯୋଗୁ ବିଭିନ୍ନ ସମସ୍ୟା ସହ ଆର୍ଥିକ ସମସ୍ୟା ଦେଖାଦେବା ଆରମ୍ଭ ହୋଇଯାଇଥାଏ। କିନ୍ତୁ ବାସ୍ତୁ ସାହାର୍ଯ୍ୟରେ ଆପଣ ଏହାକୁ ଦୂର କରିପାରିବେ ।
ତେବେ ବାସ୍ତୁ ୩ଟି ପରିବେଶରେ କାମ କରିଥାଏ- ପ୍ରଥମ ଘରେ,ଦ୍ବିତୀୟ ବ୍ୟବସାୟରେ ଏବଂ ତୃତୀୟ ସମାଜରେ। ଯଦି ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରାଯାଇଥାଏ ତେବେ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଯଥା ସମ୍ଭବ ଦୂର କରାଯାଇପାରିବ। ଆସନ୍ତୁ ଜାଣିବା ..
– ବାସ୍ତୁ ଅନୁସାରେ,ଯଦି ଈଶାନ କୋଣ ଅର୍ଥାତ୍ ଉତ୍ତର-ପୂର୍ବରେ ରୋଷେଇ ଘର ଥିବ ତେବେ ରୋଷେଇ ଘର ଭିତରେ ଗ୍ୟାସ ଚୁହ୍ଳାକୁ ଆଗ୍ନେୟ କୋଣରେ ରଖି ଦିଅନ୍ତୁ ଏବଂ ରୋଷେଇ ଘରର ଈଶାନ କୋଣରେ ସଫା ବାସନରେ ଜଳ ଭର୍ତ୍ତି କରି ରଖନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ ଧନର ପ୍ରବାହ ବଜାୟ ରହିବ ଏବଂ ଯଦି କେଉଁଠି ଧନ ଅଟକି ଥିବ ତେବେ ଏହା ମିଳିବାର ସମ୍ଭାବନା ବଢ଼ିଯିବ।
– ସମୁଦ୍ର ଲୁଣରେ ଘର ପୋଛିଲେ ନକରାତ୍ମକତା ଦୂର ହୋଇଥାଏ। ଘରେ କର୍ପୂର ଜଳାନ୍ତୁ। ଏହା ଦ୍ବାରା ବାତାବରଣ ଶୁଦ୍ଧ ହୋଇ ବାସ୍ତୁ ଦୋଷ ଦୂର ହୋଇଥାଏ। ଘରର ଉତ୍ତର-ପୂର୍ବ ଦିଗକୁ ସବୁବେଳେ ସଫା ରଖନ୍ତୁ। ଗୁରୁବାର ଦିନ ଘିଅ ଏବଂ ଦୀପରେ ତେଲ ଦେଇ ଅବଶ୍ୟ ଜଳାନ୍ତୁ।
– ପରିବାରରେୂ ଆର୍ଥିକ ସମସ୍ୟା ରହିଥିଲେ ଘରର ପ୍ରବେଶ ଦ୍ୱାର ନିକଟରେ ଲାଫିଙ୍ଗ୍ ବୁଦ୍ଧଙ୍କ ମୁର୍ତ୍ତି ରଖନ୍ତୁ। ଏହା ଆପଣଙ୍କ ଆର୍ଥିକ ସମସ୍ୟାକୁ ଦୂରିଭୁତ କରିଥାଏ ।
– ବାସ୍ତୁ ଅନୁସାରେ,ଏକ ଆଦର୍ଶ ଘରର ମୁଖ୍ୟ ଦ୍ବାର କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଉଚିତ୍। ଘରର ରୁମ୍,ହଲ୍,କିଚେନ୍,ବାଥରୁମ୍ ଏବଂ ବେଡରୁମ୍ ଏକ ଖାସ୍ ଦିଗରେ ହେବା ଉଚିତ୍। ଯାହା ଦ୍ଵାରା ଘରେ ବାସ୍ତୁ ଦୋଷ ହୋଇନଥାଏ ଏବଂ ଲୋକେ ଖୁସି ରହିଥାନ୍ତି ।
– ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେଉଥିଲେ ଘରେ ମୟୁର ପୁଚ୍ଛ କିମ୍ବା ଚିତ୍ର ଲଗାନ୍ତୁ। ଏହା ପତି-ପତ୍ନୀଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିଥାଏ ।