fbpx

ଦେଶରେ ୨୪ଘଣ୍ଟାରେ ୩୯୬ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୨ା୬: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୯୮ ରେ ପହଞ୍ଚିଛି । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୧,୮୪୨ ରହିଛି । ଦେଶରେ ସୁସ୍ଥ ହେଲେଣି ୧,୪୭,୧୯୫ଜଣ । ଗତ ୨୪ଘଣ୍ଟାରେ ସର୍ବାଧିକ ୧୦,୯୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୬ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସୁସ୍ଥ ହାର ୪୯.୪୭% ରହିଛି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ମହାରାଷ୍ଟ୍ରରେ ୯୭,୬୪୮ ଓ ଦିଲ୍ଲୀରେ ୩୪,୬୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

Get real time updates directly on you device, subscribe now.