fbpx

ଡଙ୍ଗା ବୁଡ଼ି ୨ ମୃତ

ପାରାଦୀପ, ୧୨ା୬(ଓଡ଼ିଶା ଭାସ୍କର): ମହାନଦୀ ମୁହାଣରେ ଏକ ମାଛଧରା ଡ଼ଙ୍ଗା ଓଲଟି ପଡ଼ିଛି । ଯାହାଫଳରେ ସେଥିରେ ଥିବା ୨ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ୧୩ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ସୂଚନା ମିଳିଛି । ଉଦ୍ଧାର କରାଯାଇଥିବା ୧୩ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ବର୍ଷା ଓ ପ୍ରବଳ ବେଗରେ ପବନ ବହିବାରୁ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ନେହରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ଏହି ଅଭାବନୀୟ ଘଟଣା ଘଟିଛି । ସେଥିରେ ପ୍ରାୟ ୧୫ଜଣ ମତ୍ସ୍ୟଜୀବୀ ଥିବା ସୂଚନା ରହିଛି ।

Get real time updates directly on you device, subscribe now.