fbpx

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ୁଥିବା ଦେଖାଯାଇଛି ।

ତେବେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତକ ଦଳମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା ପାଖାପାଖି ସମାପ୍ତ ହୋଇଯାଇଛି । ତେଣୁ ଟିକେଟ ନପାଇ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି । ଏହା ମଧ୍ୟରେ ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର ବିଜେଡି ଛାଡ଼ିଛନ୍ତି । ରବି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ରାଜ୍ୟସଭା ସାଂସଦ ରହିଥିଲେ ।

Get real time updates directly on you device, subscribe now.