fbpx

T-20 ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଝଟକା: ତାଳିକାରେ ଶୀର୍ଷ ସ୍ଥାନ ହରାଇଲା ରୋହିତ ସେନା

ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଏଲକୁ ନେଇ କ୍ରୀଡ଼ା ଜଗତ ବ୍ୟସ୍ତ ରହିଥିବା ବେଳେ ଆଗକୁ ରହିଛି ଟି-୨୦ ବିଶ୍ୱକପ । ଏହି ଟି-୨୦ ବିଶ୍ୱକପ ପାଇଁ ଭାରତ ହାତରେ ଆଉ ଏକ ଆଇସିସି ଟ୍ରପି ହାତେଇବାର ସୁଯୋଗ ରହିଛି । କିନ୍ତୁ ଏହାଭିତରେ ଟିମ ଇଣ୍ଡିଆକୁ ଏକ ଶକ୍ତ ଝଟକା ଲାଗିଛି । ଆଇସିସି ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହରାଇ ତଳକୁ ଖସିଛି ରୋହିତ ସେନା । ଆଇସିସି ଟେଷ୍ଟ ରାଙ୍କିଙ୍ଗ ମାନ୍ୟତାରେ ଟିମ ଇଣ୍ଡିଆକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଅଷ୍ଟ୍ରେଲିଆ ।

ଆଜି ଆଇସିସି ତରଫରୁ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ରାଙ୍କିଙ୍ଗ ଜାରି କରିଛି ଆଇସିସି । ନୂଆ ଭାବରେ ଜାରି ହୋଇଥିବା ଏହି ରାଙ୍କିଙ୍ଗରେ ଭାରତ ନିୀଜର ଶୀର୍ଷ ସ୍ଥାନ ହରାଇଛି । ଆଇସିସି ଟେଷ୍ଟ ମାନ୍ୟତାରେ ଟିମ ଇଣ୍ଡିଆକୁ ପଛରେ ପକାଇ ବିଶ୍ୱ ଟେଷ୍ଟ ଚମ୍ପିଆନ୍ ଅଷ୍ଟ୍ରେଲିଆ ବର୍ତ୍ତମାନ ପ୍ରଥମ ସ୍ଥାନ ଅଧିକାର କରିଛି । ତେବେ ଦିନିକିଆ ଏବଂ ଟି-୨୦ ଫର୍ମାଟରେ ଶୀର୍ଷ ସ୍ଥାନ ହାସଲ କରିଛି ରୋହିତ ସେନା । ବାର୍ଷିକ ଅପଡେଟ ଅନୁସାରେ, ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ୧୨୪ ପଏଣ୍ଟ ରେଟିଙ୍ଗ ସହ ଭାରତକୁ ଅତିକ୍ରମ କରିଛି ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି । ତେବେ ୧୨୦ ପଏଣ୍ଟ ସହ ଦ୍ୱିତୀୟରେ ରହିଛି ଟିମ ଇଣ୍ଡିଆ ।

ଏହାପରେ ତୃତୀୟରେ ଇଂଲଣ୍ଡ(୧୦୫), ଚତୁର୍ଥରେ ଦକ୍ଷିଣ ଆଫ୍ରିକା(୧୦୩), ପଞ୍ଚମରେ ନ୍ୟୁଜିଲାଣ୍ଡ(୯୬) ଥିବା ବେଳେ ଷଷ୍ଠରେ ପାକିସ୍ତାନ(୮୯), ସପ୍ତମରେ ଶ୍ରୀଲଙ୍କା(୮୩), ଅଷ୍ଟମରେ ୱେଷ୍ଟଇଣ୍ଡିଜ(୮୨) ଏବଂ ନବମରେ ବାଂଲାଦେଶ(୫୩) ରହିଛି । ୨୦୨୧ ପରେ ଟେଷ୍ଟ କ୍ରିକେଟର ପ୍ରଦର୍ଶନ ଆଧାରରେ ଏହି ରାଙ୍କିଙ୍ଗ ଜାରି କରିଛି ଆଇସିସି ।

ତେବେ ଦିନିକିଆରେ ଟିମ ଇଣ୍ଡିଆ ୧୨୨ ପଏଣ୍ଟ ରେଟିଙ୍ଗ ସହ ଟପ୍ ପୋଜିସନ୍ ହାସଲ କରିଛି । ଏହାପରେ ଅଷ୍ଟ୍ରେଲିଆ ୧୧୬ ରେଟିଙ୍ଗ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ଏହାବ୍ୟତୀତ ଦକ୍ଷିଣ ଆପ୍ରିକା ୧୧୨ ରେଟିଙ୍ଗ ପାଇବା ସହିତ ଅଷ୍ଟ୍ରେଲିଆର ଖୁବ ନିକଟତର ହୋଇଛି । ସେହିପରି ଟି-୨୦ ଫର୍ମାଟରେ ମଧ୍ୟ ୨୬୪ ରେଟିଙ୍ଗ ସହ ଶୀର୍ଷରେ ରହିଛି ଟିମ ଇଣ୍ଡିଆ । ଏହି ଫର୍ମାଟରେ ମଧ୍ୟ ଅଷ୍ଟ୍ରେଲିଆ ଭାରତ ପରେ ୨୫୭ ରେଟିଙ୍ଗ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.