(Video)ପାଣିରେ ପହଁରୁଥିବା ବେଳେ ଆନାକୋଣ୍ଡା ସହ ହୋଇଗଲା ସାମ୍ନାସାମ୍ନି, ଫଟୋଗ୍ରାଫର ସେୟାର କଲେ ଭୟଙ୍କର ଭିଡିଓ

ଓଡ଼ିଶା ଭାସ୍କର: ଦୁନିଆର ସବୁଠାରୁ ଭୟଙ୍କର ଓ ବିଶାଳ ସାପ ହେଉଛି ଆନାକୋଣ୍ଡା ଯାହାକୁ ଆମେ ଫିଲ୍ମରେ ହିଁ ଦେଖିଛୁ । ଏହା ଯେତିକି ବିଶାଳ ହୋଇଥାଏ ସେତିକି ହିଁ ଘାତକ ହୋଇଥାଏ । ତେବେ ବ୍ରାଜିଲରେ ଜଣେ ବ୍ୟକ୍ତି ଆନାକୋଣ୍ଡା ସହ ପହଁରୁଥିବାର ଏକ ଭୟଙ୍କର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରୁ ଜଣାପଡୁଛି କି ବ୍ୟକ୍ତି ଜଣକ ପାଣିରେ ପହଁରୁଥିବା ବେଳେ ଆନାକୋଣ୍ଡାର ପାଖାପାଖି ହୋଇଯାଇଛନ୍ତି । ଆଗକୁ ଦେଖିବାକୁ ମିଳୁଛି କି ଏହି ବିଶାଳ ସାପ କାହାକୁ କ୍ଷତି ନ ପହଞ୍ଚାଇ ପାଣିରେ ଥିବା ନଟାପତ୍ର ଭିତରେ ପଶି ଚାଲିଯାଉଛି ।

 

View this post on Instagram

 

A post shared by Eli Martinez (@sdmdiving)

ଏହି ଭିଡିଓକୁ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଏଲି ମାର୍ଟିନେଜ୍ ଚଳିତ ମାସ ଆରମ୍ଭରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଘଟଣା ବ୍ରାଜିଲର ପାଣ୍ଟାନାଲ ଜଙ୍ଗଲର ଅଟେ । ଭିଡିଓରେ କିଛି ଲୋକଙ୍କ ସ୍ୱର ବି ଶୁଣିବାକୁ ମିଳୁଛି । ଭିଡିଓକୁ ଏ ପର୍ଯ୍ୟନ୍ତ ୩୫ ମିଲିୟନ ଭ୍ୟୁ ମିଳିସାରିଲାଣି ଓ ୭ ଲକ୍ଷ ଲାଇକ୍ ମିଳିସାରିଲାଣି ।