fbpx

ଆସିଲା ଜିଓର ସବୁଠାରୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍‌, ମିଳିବ ଅନଲିମିଟେଡ୍ ୫ଜି ଡାଟା

ଓଡ଼ିଶା ଭାସ୍କର: ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବିଭିନ୍ନ ପ୍ରକାର ପ୍ଲାନର ଅପ୍ସନ ମିଳିଥାଏ । କମ୍ପାନୀ ପ୍ରିପେଡ୍ ଓ ପୋଷ୍ଟପେଡ୍ ଦୁଇ ପ୍ରକାର ପ୍ଲାନସ୍ ପ୍ରଦାନ କରିଥାଏ । ଯଦି ଆପଣ ଏକ ଶସ୍ତା ପୋଷ୍ଟପେଡ୍ ପ୍ଲାନ ଚାହୁଁଛନ୍ତି ତେବେ ଆପଣଙ୍କୁ ଜିଓ ପ୍ଲାଟଫର୍ମରେ ବହୁ ବିକଳ୍ପ ମିଳିବ । କମ୍ପାନୀ ୨୯୯ଟଙ୍କାର ସବୁଠାରୁ ଶସ୍ତା ପ୍ଲାନ୍ ଅଫର କରୁଛି ।

ଏଥିରେ ଆପଣଙ୍କୁ ଅନଲିମିଟେଡ୍ ୫ଜି ଡାଟା, ଭଏସ୍ କଲିଂ ଓ ଏସଏମଏସ୍ ସୁବିଧା ମିଳିବ । ଏହି ପ୍ଲାନ୍ ୩୦ ଜିବି ଡାଟା ସହ ଆସିଥାଏ । ଡାଟା ଲିମିଟ୍ ଶେଷ ହେବା ପରେ ୟୁଜର୍ସଙ୍କୁ ଜିବି ପ୍ରତି ୧୦ ଟଙ୍କା ମୂଲ୍ୟରେ ଡାଟା ମିଳିବ ।
ଏହି ରିଚାର୍ଜରେ ଆପଣଙ୍କୁ ଫ୍ୟାମିଲି ଆଡ୍ ଅନ୍‌ର ସୁବିଧା ମିଳିବ ନାହିଁ । ଏହା ବ୍ୟତିତ ଗ୍ରାହକଙ୍‌କୁ ଦୈନିକ ୧୦୦ ଏସଏମଏସ୍ ମଧ୍ୟ ଏହି ପ୍ଲାନ ସହ ମିଳିବ । ଏହି ରିଚାର୍ଜ ପ୍ଲାନ୍ ଅନଲିମିଟେଡ୍ ୫ଜି ଡାଟା ସହ ଆସୁଛି । ତେବେ ଏଥିପାଇଁ ଆପଣଙ୍କ ପାଖରେ ୫ଜି ଫୋନ୍ ଥିବା ଉଚିତ । ଏହା ସହିତ ଆପଣଙ୍କ ଏରିଆରେ ୫ଜି ନେଟୱାର୍କ ବ୍ୟବସ୍ଥା ଥିବା ବି ଜରୁରୀ ।

ଜିଓର ଏହି ୨୯୯ଟଙ୍କିଆ ପ୍ଲାନରେ ଅନ୍ୟାନ୍ୟ ସୁବିଧା ବି ରହିଛି । କମ୍ପାନୀ ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡର ଫ୍ରି ଆସେସ୍ ମଧ୍ୟ ପ୍ରଦାନ କରୁଛି । କିନ୍ତୁ ଏହି ପ୍ଲାନରେ ଆପଣଙ୍କୁ ଜିଓ ସିନେମାର ପ୍ରିମିୟମ ଆକ୍ସେସ୍ ମିଳିବ ନାହିଁ । ପ୍ରିମିୟମ ଆକ୍ସେସ୍ ଲାଗି ଆପଣଙ୍କୁ ପ୍ରତି ମାସରେ ଅତି କମ୍‌ରେ ୨୯ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

Get real time updates directly on you device, subscribe now.