ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ହାଇଦ୍ରାବାଦ ତରଫରୁ ଜାରି ହୋଇଛି ଏକ ନିଯୁକ୍ତି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଇଲେକ୍ଟ୍ରୋନିକ ମେକାନିକ, ଫିଟ୍ଟର, ଇଲେକ୍ଟ୍ରିସିଆନ, ମେସିନିଷ୍ଟ, ଟର୍ଣ୍ଣର, ୱେଲ୍ଡର, ରେଫ୍ରିଜେରେସନ ଆଣ୍ଡ ଏସି, କୋପା, ପ୍ଲମ୍ବର, ପେଣ୍ଟର, ଡିଜେଲ ମେକାନିକ, ମୋଟର ଯାନ ମେକାନିକ, ଡ୍ରାଫ୍ଟସମ୍ୟାନ-ସିଭିଲ, ଡ୍ରାଫ୍ଟସମ୍ୟାନ-ମେକାନିକାଲ ପଦରେ ନିଯୁକ୍ତି ଦିଆଯିବ । ପ୍ରତ୍ୟେକ ପୋଷ୍ଟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ମୋଟ ୨୦୦ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।
ପ୍ରାର୍ଥୀ ଏନସିଭିଟି ସ୍ୱୀକୃତିପ୍ରାପ୍ତ ହୋଇଥିବା ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଆପ୍ରେଣ୍ଟିସ ଆକ୍ଟ ୧୯୬୧ ଅନୁସାରେ ପ୍ରାର୍ଥୀଙ୍କୁ ମାସିକ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ସାକ୍ଷାତକାର ନିଆଯିବ । ପ୍ରାର୍ଥୀମାନେ ନିଜ ନିଜର ଆଧାର କାର୍ଡ, ମାଟ୍ରିକ ମାର୍କଶିଟ୍ ସାର୍ଟିଫିକେଟ, ଆଇଟିଆଇ ସାର୍ଟିଫିକେଟ, ଜନ୍ମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ସାର୍ଟିଫିକେଟର ଜେରକ୍ସ, ଦୁଇଟି ପାସପୋର୍ଟ ସାଇଜର ଫଟୋଗ୍ରାଫ ନେଇ ଧାର୍ଯ୍ୟ ଠିକଣାରେ ପହଞ୍ଚିବେ ।
ବିଜ୍ଞପ୍ତି ଲିଙ୍କ: https://hal-india.co.in/backend/wp-content/uploads/career/RDAT%20Notification_2024-25_1714981071.pdf