fbpx

(Video) ପିଏମ୍ ମୋଦୀ ଓ ବିଜେପିର ବରିଷ୍ଠ ନେତାମାନେ ଓଡ଼ିଶାକୁ କ’ଣ ପାଇଁ ଆସୁଛନ୍ତି: କ’ଣ ରହିଛି ବିଜେପିର ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ବାରମ୍ବାର ଓଡ଼ିଶାକୁ ଗସ୍ତ କରୁଛନ୍ତି । ମୋଦୀ ଗତ ୬ ତାରିଖରେ ଓ ୧୦ ତାରିଖରେ ଦୁଇଥର ଓଡ଼ିଶା ଗସ୍ତ କରିଥିବା ବେଳେ ଆସନ୍ତା ୨୦ ତାରିଖରେ ସେ ପୁଣି ଆସିବେ । ସେହିପରି ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ । ଆସନ୍ତା ୧୫ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୧୭ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ କେନ୍ଦ୍ରୀୟ ନେତାମାନେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନସଭାକୁ ସମ୍ବୋଧିତ କରିବେ ।

ତେବେ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଓ ବିଜେପିର କେନ୍ଦ୍ରୀୟ ନେତାମାନେ କାହିଁକି ବାରମ୍ବାର ଓଡ଼ିଶା ଆସୁଛନ୍ତି ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଓଡ଼ିଶାକୁ ନେଇ ବିଜେପିର କିଛି ବଡ଼ ପ୍ଲାନିଂ ଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଦେଖିବାକୁ ମିଳିଛି । ଏ ବାବଦରେ ବିଜେପି ନେତା ଗୋଲଖ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରାଜ୍ୟବାସୀଙ୍କ ନିକଟରେ ଠିକ୍ ଭାବେ ପହଞ୍ଚୁ ନାହିଁ । ଏହା କେନ୍ଦ୍ର ନେତୃତ୍ୱ ଭଲଭାବେ ଅନୁଭବ କରି ସାରିଛି । ତେଣୁ ଓଡ଼ିଶାରେ ସରକାର ପରିବର୍ତ୍ତନ ହେଉ ବୋଲି କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି । ସେଥିପାଇଁ ଦଳର ବହୁ ବଡ଼ ବଡ଼ ନେତାମାନେ ଓଡ଼ିଶାକୁ ଆସୁଛନ୍ତି ।

Get real time updates directly on you device, subscribe now.