fbpx

(Video) କୋର୍ଟରେ Butter Chicken ମାମଲା… କିଏ ଉଦ୍ଭାବନ କରିଥିଲେ ଏହି Item? ନିଷ୍ପତ୍ତି ନେବେ ବିଚାରପତି

ନୂଆଦିଲ୍ଲୀ: ସମସ୍ତଙ୍କ ପସନ୍ଦ ବଟର ଚିକେନ୍ । ପାଟିକୁ ଯାହା ଭଲ ଲାଗିଲା ତାହା ଆମେ ଖାଇ ଯାଉଛେ । ହେଲେ ପ୍ରଥମେ ସେହି ଖାଦ୍ୟ କିଏ ବନାଇଥିଲେ ସେ ବିଷୟରେ କେହି ଜାଣିବାକୁ ଚେଷ୍ଟା ବି କରନ୍ତି ନାହିଁ । କିନ୍ତୁ ଏବେ ବଟର ଚିକେନକୁ ନେଇ ଉଠିଛି ପ୍ରଶ୍ନ । ସବୁଠି ଚାଲିଛି ଚର୍ଚ୍ଚା । ତେବେ ଏହି ଆଇଟମର ପ୍ରକୃତ ଉଦ୍ଭାବକ କିଏ ଜାଣିଛନ୍ତି କି ? କିଏ କେତେବେଳେ ଏହାକୁ ତିଆରି କରିଥିଲେ? ଏଭଳି ଏକ ମାମଲା ଏବେ କୋର୍ଟରେ ପହଞ୍ଚିଛି । ଆଗାମୀ ଦିନରେ ଅଦାଲତ ହିଁ ନିଷ୍ପତ୍ତି ନେବ ବଟର ଚିକେନ୍ କିଏ ଉଦ୍ଭାବନ କରିଥିଲେ ।

ବର୍ତ୍ତମାନ ପୁରୁଣା ଦିଲ୍ଲୀର ‘ମୋତି ମହଲ’ ରେଷ୍ଟୁରାଣ୍ଟ ଏବଂ ନୂଆଦିଲ୍ଲୀର ‘ଦରିଆଗଞ୍ଜ’ ରେଷ୍ଟୁରାଣ୍ଟ ମଧ୍ୟରେ ଆଜି ଲଢେଇ ଦେଖିବାକୁ ମିଳିଛି । ୧୯୫୦ ଦଶକରେ ପାକିସ୍ତାନର ପେଶାୱରରୁ ଦିଲ୍ଲୀ ଆସିଥିବା ଦୁଇ ବନ୍ଧୁ କୁନ୍ଦନ ଲାଲ ଜଗୀ ଏବଂ କୁନ୍ଦନ ଲାଲ ଗୁଜରାଲ ଏହି ଖାଦ୍ୟକୁ ତିଆରି କରିଥିଲେ । ଲୋକଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଯୋଗାଇବା ତାଙ୍କର ଏକମାତ୍ର ଇଚ୍ଛା ଥିଲା । ହେଲେ ୧୯୯୭ରେ କୁନ୍ଦନ ଲାଲ ଗୁଜରାଲଙ୍କ ମୃତ୍ୟୁ ହୋଇଥିବା ବେଳେ କୁନ୍ଦନ ଲାଲ ଜାଗି ୨୦୧୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । ବର୍ତ୍ତମାନ ଉଭୟ ପରିବାରର ପିଲାମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ‘ମୋତି ମହଲ’ ରେଷ୍ଟୁରାଣ୍ଟର ମାଲିକ ଦରିଆଗଞ୍ଜ ରେଷ୍ଟୁରାଣ୍ଟ ମାଲିକଙ୍କ ଠାରୁ ପ୍ରାୟ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି, କାରଣ ଦରିୟାଗଞ୍ଜ ମିଛରେ ନିଜକୁ ବଟର ଚିକେନ୍ର ଉଦ୍ଭାବକ ବୋଲି ଦାବି କରୁଛି । ସେହିପରି ଦାଲ ମଖାନିକୁ ମଧ୍ୟ ନିଜର ଉତ୍ପାଦ ବୋଲି କହୁଛି । ମୋତି ମହଲ ୱେବସାଇଟରୁଏହି ବ୍ୟଞ୍ଜନ ଗୁଡ଼ିକର ନକଲ କରି ବିକ୍ରି କରୁଛି । ତେଣୁ ଦରିୟାଗଞ୍ଜଠାରୁ ଗୁଜରାଲ କ୍ଷତିପୂରଣ ଦାବି କରିଛି ।

ଅନ୍ୟପକ୍ଷେ ୨୦୧୯ରେ ଦିଲ୍ଲୀରେ ପ୍ରତିଷ୍ଠିତ ଦରିୟାଗଞ୍ଜ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଦରିୟାଗଞ୍ଜର ପୂର୍ବତନ ମାଲିକ ସ୍ୱର୍ଗତ କୁନ୍ଦନ ଲାଲ ଜଗ୍ଗି ୧୯୪୭ରେ ଦିଲ୍ଲୀରେ ଗୁଜରାଲଙ୍କ ସହ ମିଶି ପାର୍ଟନରଶିପ୍ରେ ରେଷ୍ଟୁରାଷ୍ଟ ନିର୍ମାଣ କରିଥିଲେ । ସେହି ରେଷ୍ଟୁରାଣ୍ଟରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବାରୁ ଏହାର ସ୍ୱତ୍ୱାଧିକାର ନିଜ ପାଖରେ ଥିବା ଦରିୟାଗଞ୍ଜ ଦାବି କରିଛିି । ଗତ ଜାନୁଆରୀରେ ସହଭାଗିତା ଦାବି ସପକ୍ଷରେ ଦରିୟାଗଞ୍ଜ ୧୯୪୯ରେ ପଞ୍ଜୀକୃତ ଏକ ହାତଲେଖା ପାର୍ଟନରଶିପ୍ ଦସ୍ତାବିଜ ହାଇକୋର୍ଟରେ ଦାଖଲ କରିଥିଲା । ଇତିମଧ୍ୟରେ ଦରିୟାଗଞ୍ଜ ୬୪୨ ପୃଷ୍ଠା ସମ୍ବଳିତ ଦସ୍ତାବିଜ ଅଦାଲତରେ ଦାଖଲ କରିଛି । ତେଣୁ ଆସନ୍ତା ୨୯ ତାରିଖରେ ଜଣାପଡିବ ବଟର ଚିକେନର ପ୍ରକୃତ ଉଦ୍ଭାବକ କିଏ । ଦିଲ୍ଲୀ ହାଇକୋର୍ଟ ନେବାକୁ ଥିବା ନିଷ୍ପତ୍ତି ଅପେକ୍ଷାରେ ରହିଛନ୍ତି ଭାରତ ସମେତ ଅନେକ ଦେଶର ଖାଦ୍ୟପ୍ରେମୀ ।

Get real time updates directly on you device, subscribe now.