fbpx

ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୫ଜଣଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୩ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ଜଣେ ଚିନ୍ତାମଣୀଶ୍ୱରର ୩୧ବର୍ଷୀୟ ପୁରୁଷ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା । ସେହିପରି ପଟିଆରେ ୪୧ବର୍ଷୀୟ ପୁରୁଷ ଆକ୍ରାନ୍ତ ଓ ସେ ନିକଟରେ ସାଉଦି ଆରବରୁ ଫେରିଥିଲେ । ଖଣ୍ଡଗିରି କୋଳଥିଆର ୨୬ବର୍ଷୀୟ ପୁରୁଷ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ନୟାପଲ୍ଲୀ ବେହେରାସାହିର ୩୭ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ୨୮ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.