fbpx

(Video) ‘ଏଠାକାର କୁଜି ନେତାଙ୍କ ସ୍ୱାର୍ଥ ପାଇଁ ରାସ୍ତା କାମ ବନ୍ଦ ରହୁଛି’…

ସାଲେପୁର: ୨ବର୍ଷ ହେଲା ଗୋଟିଏ ରାସ୍ତାକୁ ବନାଉଛନ୍ତି, ସାଲେପୁରରେ ରାସ୍ତା ସମସ୍ୟା । ତାତିଲେ ଗାଁ ଲୋକେ । ଟେଣ୍ଡର ହେଉଛି, ଫଳକ ଲାଗୁଛି ହେଲେ ରାସ୍ତା ନାହିଁ । ଟଲି ଯିବାକୁ ରାସ୍ତା ନାହିଁ ହେଲେ ତିଆରି ହୋଇଗଲାଣି ଲକ୍ଷ୍ମୀ ବସ ଷ୍ଟାଣ୍ଡ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁର ପଞ୍ଚାୟତରୁ । ୭୭ବର୍ଷ ସ୍ୱାଧୀନତା ପରେବି ଏହି ପଞ୍ଚାୟତ ଦେଇ ଯାଇଥିବା ରାସ୍ତାକୁ ପିଚୁ ରାସ୍ତା ଭାବେ ଦେଖିପାରିଲେ ନାହିଁ ଗ୍ରାମବାସୀ । ରାସ୍ତାର ଟେଣ୍ଡର ହେଉଛି ଫଳକ ଉନ୍ମୋଚନ ହେଉଛି କିନ୍ତୁ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । କଥାରେ ଅଛି ନା ନେତା ମାଳ ମାଳ କିନ୍ତୁ କାମ ଦୁର୍ବଳ ।

ସାଲେପୁର ବ୍ଲକ ଶିଶୁଆ ବଜ଼ାର ରୁ ବାହାରି ଶିଶୁଆ,ନଇଁଗୁଆ, ବଲ୍ଲଭପୁର ,ସାତ୍ୱାଟିଆ ଛାଣିପୁର ରାସ୍ତା । ତିନିତିନି ଥର ଟେଣ୍ଡର ଫେରିଲା ପରେ ଗତ ଦୁଇବର୍ଷ ହେବ ଟେଣ୍ଡର ହୋଇ କାମ ଆରମ୍ଭ ହୋଇଛି କିନ୍ତୁ ୨୦୨୩ରେ ଅବଧି ସରିଥିଲେ ମଧ୍ୟ କାମ ଅଧା ହୋଇନାହିଁ କିନ୍ତୁ ଲକ୍ଷ୍ମୀ ବସ ଷ୍ଟାଣ୍ଡ ତିଆରି ସରିଲାଣି । ଯେଉଁଠି ଟଲି ଟିଏ ଯାଇପାରୁନାହଁ ସେଠି ବସ ଷ୍ଟାଣ୍ଡ । ବର୍ଷା ଋତୁ ଆରମ୍ଭ ପୂର୍ବରୁ ଏବେ କାଳବୈଶାଖୀ ବର୍ଷାରେ ରାସ୍ତା ଅବସ୍ଥା ନ କହିବା ଭଲ କୌଣସି ଜରୁରୀ କାଳୀନ ପରିସ୍ଥିତି ପଡିଲେ ନା ଗାଡି ଆସିପାରିବ ନା କୌଣସି ସୁବିଧା ପାଇପାରିବେ ଗ୍ରାମବାସୀ ।

ଏବେ ଭାରତ ବର୍ଷର ଗଣପର୍ବ ୨୦୨୪ ଥିବାରୁ କୌଣସି ପାର୍ଥୀଙ୍କ ପ୍ରଚାର ଗାଡି ମଧ୍ୟ ଆସୁନି କି ନେତାଙ୍କ ଦେଖା ମିଳୁନି । ସେହି ରାସ୍ତାରେ ଯେବି ଯିଏ ବି ଯାଉଛି ଅସୁବିଧା ର ସମୁଖୀନ ହେବାକୁ ପଡୁଛି । ଯଦି ୧ତାରିଖରେ ହେବାକୁ ଥିବା ଭୋଟ ପୂର୍ବରୁ କିଛି ସମାଧାନ ନ ହୁଏ ତେବେ ସମସ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବା ସହ ଆଇନକୁ ହାତକୁ ନେବାକୁ ପଛ ଘୁଞ୍ଚା ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.