fbpx

ଏହା ହେଉଛି ବିଶ୍ୱର ସବୁଠାରୁ ଛୋଟ ଜେଲ୍: ଏକା ସାଙ୍ଗରେ ରହିପାରିବେ ଏତିକି ଜଣ କଏଦୀ… ଜାଣନ୍ତୁ କେବେ ହୋଇଥିଲା ନିର୍ମାଣ

ଓଡ଼ିଶା ଭାସ୍କର: ଜେଲ୍ କଥା ଶୁଣିଲେ ପ୍ରାୟ ଲୋକଙ୍କୁ ଭୟ ଲାଗେ । ଅପରାଧୀ ମାନଙ୍କୁ ଗିରଫ ପରେ ଜେଲରେ ରଖାଯାଏ । ତେବେ ଏମିତି ଅନେକ ଜେଲ୍ ରହିଛି ଯାହାର ଇତିହାସ ସମ୍ପୂର୍ଣ୍ଣ ଭିନ୍ନ । କିଛି ଜେଲଗୁଡ଼ିକର ନିର୍ମାଣ ଏବଂ ସେଠାରେ ଘଟିଯାଇଥିବା କିଛି ଘଟଣା ଅନେକ ସମୟରେ ବେଶ୍ ଆଶ୍ଚର୍ଯ୍ୟଜନକ ହୋଇଥାଏ । ସେହିଭଳି ବିଶ୍ୱର ସବୁଠାରୁ ଛୋଟ ଜେଲ ଏବେ ସବୁଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠାରୁ ଜେଲ କେଉଁଠି ? ଯଦି ନା ତେବେ ଜାଣିନିଅନ୍ତୁ…

ବିଶ୍ୱର ସବୁଠାରୁ ଛୋଟ ଜେଲ ବ୍ରିଟେନର ସାର୍କ ଦ୍ୱୀପରେ ରହିଥିବା ଜଣାପଡିଛି । ଏହି ଜେଲରେ ମାତ୍ର ୨ ଜଣ କଏଦୀଙ୍କ ରହିବା ପାଇଁ ସ୍ଥାନ ଥିବାବେଳେ ଏହା ୧୬୮ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ବ୍ରିଟିଶ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଂଲିଶ ଚ୍ୟାନେଲର ସାର୍କ ଦ୍ୱୀପରେ ଥିବା ସାର୍କ ଜେଲ ହେଉଛି ବିଶ୍ୱର ସବୁଠାରୁ ଛୋଟ କାରାଗାର । ୧୮୫୬ ମସିହାରେ ନିର୍ମିତ ହୋଇଥିବା ଏହି ଜେଲରେ କେବଳ ୨ ଜଣ କଏଦୀ ରହିପାରିବେ । ସେବେଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଜେଲରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ । ତେବେ ଏହି ଜେଲ ଭିତରର ଦୃଶ୍ୟ କିଛି ମାତ୍ରାରେ ବଦଳିଛି । ଟ୍ୟାପ ଯୋଗେ ଜଳ ଯୋଗାଣ, ଶୌଚାଳୟ ଆଦି ସୁବିଧା ଏହି ଜେଲରେ କରାଯିବା ସହ ଏଠାରେ ବିଦ୍ୟୁତସେବା ମଧ୍ୟ ଯୋଗାଇ ଦିଆଯାଇଛି ।

ସେହିପରି ଜେଲ ଭିତରର ଅଂଶକୁ ୨ ଭାଗରେ ବିଭକ୍ତ କରାଯାଇ ୨ଟି କୋଠରି କରାଯାଇଛି । ଉଭୟ କୋଠରିରେ କଏଦୀଙ୍କ ଲାଗି ପତଳା କାଠ ଶଯ୍ୟା ରହିଛି । ସମୁଦାୟ ୫.୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ଏହି ଦ୍ୱୀପରେ, ୨୦୨୩ ଜନଗଣନା ଅନୁଯାୟୀ ୫୬୨ ଜଣ ଲୋକ ବସବାସ କରନ୍ତି । ମସିହାରେ ଏହି ଜେଲ ନିର୍ମାଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାହାରି ପାଖରେ ଅର୍ଥ ନ ଥିବାରୁ ଏହାକୁ ନିର୍ମାଣ କରିବାକୁ ୨୪ ବର୍ଷ ସମୟ ଲାଗିଯାଇଥିଲା । ତେବେ ଏହି ଦ୍ୱୀପରେ ଏବେ କୌଣସି ବଡ଼ ଧରଣର ଅପରାଧ ହେଉନାହିଁ, ତେଣୁ ସମ୍ପ୍ରତି ଠାରେ କେବଳ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

Get real time updates directly on you device, subscribe now.