fbpx

On Nation Duty… ଟିମ ଇଣ୍ଡିଆ ସହ ସାମିଲ ହେଲେ ହାର୍ଦ୍ଦିକ: କେମିତି ତୁଟିବ Divorce ବିବାଦ?

ନୂଆଦିଲ୍ଲୀ: ନ୍ୟୁୟର୍କରେ ପହଞ୍ଚି ଟିମ ଇଣ୍ଡିଆ ସହିତ ସାମିଲ ହୋଇଛନ୍ତି ଭାରତର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ଭାରତୀୟ ଦଳ ନ୍ୟୁୟର୍କରେ ଅଭ୍ୟାସ କରୁଥିବା ବେଳେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ପରିବାର ଭିତରେ ବିବାଦ ଲାଗି ରହିଥିବା ବେଳେ ବର୍ତ୍ତମାନ ସେ ବିଶ୍ୱକପ କେଳିବା ପାଇଁ ପହଞ୍ଚିଛନ୍ତି । ଏ ନେଇ ଟ୍ୱିଟରରେ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଦଳ ସହ କିଛି ଫଟୋ ପୋଷ୍ଟ କରିବା ସହ ହାର୍ଦ୍ଦିକ ବିଶ୍ୱକପ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ପତ୍ନୀ ନତାଶାଙ୍କ ସହ ଆରମ୍ଭ ହୋଇଥିବା ବିବାଦକୁ ନେଇ ଚିନ୍ତାରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏହାଭିତରେ ପରିବାରକୁ ପଛରେ ପକାଇ ବିଶ୍ୱକପ ଖେଳିବା ପାଇଁ ନ୍ୟୁୟର୍କରେ ପହଞ୍ଚିସାରଛନ୍ତି । ଉଭୟଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଆଇପିଏଲରେ ନିରାଶଜନକ ପ୍ରଦର୍ଶନ ପରେ ବିଶ୍ୱକପରେ ଦମଦାର କମବ୍ୟାକ କରିବାକୁ ପ୍ରସ୍ତୁତ ରହିଛନ୍ତି ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିପାଇଁ ନ୍ୟୁୟର୍କରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି ହାର୍ଦ୍ଦିକ । ବିଶ୍ୱକପ ପୂର୍ବରୁ ବାଂଲାଦେଶ ବିପକ୍ଷରେ ଏକ ୱାର୍ମ-ଅପ୍ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ହାର୍ଦ୍ଦିକ ପୁଣିଥରେ ପୁରୁଣା ଫର୍ମରେ ଫେରିବା ନେଇ ଆଶା ରଖିଛନ୍ତି ହାର୍ଦ୍ଦିକ ।

ନ୍ୟୁୟର୍କରେ ପହଞ୍ଚିବା ପରେ ଟ୍ୱିଟରରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଟିମ ଇଣ୍ଡିଆର ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଭ୍ୟାସ ସମୟର କିଛି ଫଟୋ ପୋଷ୍ଟ କରି “On Nation Duty… ” ବୋଲି ଲେଖି ହାର୍ଦ୍ଦିକ ପୋଷ୍ଟ କରିଛନ୍ତି । ତେବେ ଆଇପିଏଲ ପରେ ହାର୍ଦ୍ଦିକ ଏବଂ ପତ୍ନୀ ନତାଶାଙ୍କ ମଧ୍ୟରେ ବିବାଦ ମାମଲା ସାମନାକୁ ଆସିଛି । ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଛାଡ଼ପତ୍ର ହେବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ତେବେ ଆଇପିଏଲରେ ଖରାପ ପ୍ରଦର୍ଶନ ପାଇଁ ଏହା ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.