fbpx

ଆକାଶରୁ ନିଆଁ ବର୍ଷୁଛି; ଦେହକୁ ପଥର କରି ଭାରତୀୟ ଯବାନ ଜଗିଛନ୍ତି ଭାରତ-ପାକିସ୍ତାନ ବର୍ଡ଼ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୫୫ ଡ଼ିଗ୍ରୀ ଖରାରେ ଯବାନ ଜଗିଛନ୍ତି ବୋର୍ଡ଼ର। ସହପାରୁନି ଦେହ କିନ୍ତୁ ଭାରତକୁ ଦେଉଛନ୍ତି ସୁରକ୍ଷା । ଏମିତି ଖରାଯେ ମିନଟରେ ଅଣ୍ଡା ପାମ୍ପଡ଼ବି ସିଝିଯାଉଛି । ଏମିତି ଖରାକୁ ସହୁଛନ୍ତି ଯବାନ. ଦେଖିଲେ ଝରିଯିବ ଲୁହ । ଭାରତିୟ ଯବାନଙ୍କ ଅପ୍ରାଣ ଉଦ୍ୟମ ଆଉ ବିରତ୍ୱପାଇଁ ଆମେ ଶାନ୍ତିରେ ସୋଇ ପାରୁଛନ୍ତି । ବାହାରେ ଗରମ ଟିକେ ହେଲେ ଘରେ ଫ୍ୟାନ କିମ୍ବା ଏସି ଲଗାଇ ରହିପାରୁଛନ୍ତି । କିନ୍ତୁ ଥରେ ନଜର ପକାନ୍ତୁ ଭରତିୟ ବିଏସଏଫ ଯବାନ ଏମିତି ଖରାରେ ଦିନ ସାରା ଡିୟୁଟି କରୁଛନ୍ତି ।

ଯେଉଁଠି ଆମେ ୧ ମିନଟ ଛିଡ଼ା ହେବା ମୁସ୍କିଲ୍ । ସତରେ ଏତେ ତାପମାତ୍ରାକୁ କେମିତି ସହିାରୁଛନ୍ତି ଯବାନ ମାନେ ଭିଡ଼ିଓ ଦେଖି ଆର୍ଶ୍ଚର୍ଯ୍ୟ ହେଉଛନ୍ତି ଲୋକେ । ଭାଇରାଲ ହେଉଥିବା କିଛି ଭିଡ଼ିଓ ଦେଖିଲେ ଆପଣବି ଜାଣିପାରିବେ ୫୫ ଡ଼ିଗ୍ରୀ ଖରା କେତେ ଅସହ୍ୟ କରିଦେଉଥିବ । ଯବାନ ଜଣଙ୍କ ଏହି ଭିଡ଼ିଓରେ ଗୋଟିଏ କଞ୍ଚା ପାମ୍ପଡ଼କୁ ମରୁଭୁମିର ବାଲିରେ କିଛି ସେକଣ୍ଡ ରଖିଦେଉଛନ୍ତି । ଆଉ ପାମ୍ପଡ଼ଟି ପୁରା ଭାଜି ହେଇଯାଉଛି । ସେହି ଭଲି ଏପଟେ ନଜର ପକାନ୍ତୁ ଏଠି ମଧ୍ୟ ଜଣେ ଯବାନ ଭାଇ ଅଣ୍ଡାକୁ ବାଲିରେ କିଛି ମିନଟ୍ ପୋତି ଦେଉଛନ୍ତି ଅଣ୍ଡାଟି ପୁରା ସିଝି ଯାଉଛି ।

ଏହି ଦୃଶ୍ୟହିଁ ବୟାନ କରୁଛି ୫୫ ଡ଼ିଗ୍ରୀ ତାପ ମାତ୍ରା କେତେ ଅସହ୍ୟ କରୁଥିବ ଯବାନଙ୍କ ସରୀରକୁ ତଥାପି ନିରଜ ବିରତ୍ୱର ଗାଥା ଲେଖିବାକୁ ଆମକୁ ସୁରକ୍ଷା ଦେବାକୁ ହାଡ଼ ମାଂସର ଦେହକୁ ଯେମିତି ପଥର କରି ସହୁଛନ୍ତି ଏହି ଟାଣ ଖରାକୁ । ରାଜସ୍ତାନର ଏହି ମରୁଭୁମିରେ ଯବାନ ମାନଙ୍କର ଏହି ସଙ୍ଘର୍ଷ ଲଗାତାର ଜାରି ରହିଛି ।

Get real time updates directly on you device, subscribe now.