fbpx

ଭଉଁରୀ ଯାତ୍ରାରେ ଅଘଟଣ: ଜଣେ ଶ୍ରଦ୍ଧାଳୁ ମୃତ, ୩୫ରୁ ଅଧିକ ଆହତ

ପୁରୀ: ପୁରୀ ନରେନ୍ଦ୍ର ପୋଖରୀରେ ଭଉଁରୀ ଯାତ୍ରା ବେଳେ ଘଟିଯାଇଛି ଏକ ବିରାଟ ଅଘଟଣ । ଚାପ ଖେଳିବା ସମୟରେ ବାଣ ଫୁଟିବାରୁ ଜଣେ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଏହି ଅଘଟଣରେ ୩୫ରୁ ଅଧିକ ଭକ୍ତ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଥିଲା । କିନ୍ତୁ ଏସସିବିକୁ ନେବା ବାଟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପି.କେ ଜେନା । ଦୁର୍ଘଟଣାରେ ୩୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ବର୍ତ୍ତମାନ ୭ ଜଣ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Get real time updates directly on you device, subscribe now.