fbpx

ଏଥର ପଡୁଛି ବଟ ସାବିତ୍ରୀ ଓ ଶନି ଜୟନ୍ତୀର ମହାସଂଯୋଗ, ଏହି ରାଶିଙ୍କ ଉପରେ ବର୍ଷିବ ଲକ୍ଷ୍ମୀଙ୍କ କୃପା

ଓଡ଼ିଶା ଭାସ୍କର:ଏଥର ବଟ ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ ୬ ଜୁନ୍‌ରେ ପଡୁଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡୁଥିବା କୃଷ୍ଣ ପକ୍ଷ ଅମାବାସ୍ୟାରେ ବଟ ସାବିତ୍ରୀ ବ୍ରତ ରଖାଯାଏ । କିନ୍ତୁ ଏହିଦିନ ଏଥର ଶନି ଜୟନ୍ତୀ ବି ପଡୁଛି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ ରାଶିଙ୍କ ଲାଗି ଲାଭଦାୟକ ହେବ ।
ବୃଷ: ଏହି ସଂଯୋଗରେ ବୃଷ ରାଶିର ଲୋକମାନେ ଚାକିରୀରେ ପଦୋନ୍ନତି ପାଇବେ । କୌଣସି ବଡ ଖୁସି ଖବର ବି ମିଳିବ । ଆର୍ଥିକ ଲାଭ ହେବ । ନିବେଶ ଲାଗି ଏ ସମୟ ଅତ୍ୟନ୍ତ ଶୁଭ ରହିବ ।
କର୍କଟ: କର୍କଟ ରାଶିର ଜାତକ ପାଇଁ ଏ ସମୟ ବହୁତ ଶୁଭ ରହିବ । ଧନ ରୋଜଗାର କରିବାର ନୂଆ ରାସ୍ତା ଖୋଲିଯିବ । ସମାଜରେ ମାନ ସମ୍ମାନ ବଢିବ । ଏହା ସହିତ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ସିଂହ: ଏହି ସମୟରେ ଆପଣଙ୍କ ବ୍ୟବସାୟ ଶୀର୍ଷରେ ପହଞ୍ଚିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୂର ଯାତ୍ରାରେ ଯାଇ ପାରନ୍ତି । ଅଟକି ଯାଇଥିବା ଧନ ମିଳିଯିବ । ଶୁଭ ଖବର ପାଇ ପାରନ୍ତି ।
ତୁଳା: ଏହି ସଂଯୋଗ ତୁଳା ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ସମୟରେ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଭାଗ୍ୟ ସବୁ କାର୍ଯ୍ୟରେ ଆପଣଙ୍କ ସାଥ ଦେବ ।
ମକର: ସବୁ କାର୍ଯ୍ୟରେ ସଫଳତା ମିଳିବ । କ୍ୟାରିୟରରେ ଉନ୍ନତି ଘଟିବ । ପରିବାରରେ ସକରାତ୍ମକ ବାତାବରଣ ରହିବ ।

Get real time updates directly on you device, subscribe now.