fbpx

ପୁରୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ଏହି ଘଟଣାରେ ଆଉ ୨୨ ଜଣ ବିଭିନ୍ନ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ଗତ ବୁଧବାର ଦିନ ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ସମୟରେ ଆତସବାଜି ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟିଥିଲା । ଏଥିରେ ୩୦ ଜଣ ଶ୍ରଦ୍ଧାଳୁ ଗୁରୁତର ହୋଇଥିଲେ । ସେହିଦିନ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଦିନ ଭିତରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି ।

Get real time updates directly on you device, subscribe now.