fbpx

କାଲି ଅପରା ଏକାଦଶୀ; ଭୁଲ୍‌ରେ ବି କରନ୍ତୁନି ଏପରି କାର୍ଯ୍ୟ, କ୍ରୋଧିତ ହୋଇଯିବେ ଶ୍ରୀହରି

ଓଡ଼ିଶା ଭାସ୍କର: ଏଥର ଜୁନ୍ ୨ ତାରିଖ ରବିବାର ପଡୁଛି ଅପରା ଏକାଦଶୀ । ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଅପରା ଏକାଦଶୀ ବ୍ରତ ରଖାଯାଇଥାଏ । ଅପରା ଏକାଦଶୀକୁ ଅଚଳା ଏକାଦଶୀ ନାମରେ ବି ଜଣାଯାଏ । ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ଏହିଦିନ ଏପରି କିଛି ଭୁଲ୍ ଯେପରି ନ ହୁଏ ସେଥିପାଇଁ ସାବଧାନ ରହିବା ଉଚିତ ।
୧-ଏକାଦଶୀ ଦିନ ତୁଳସୀ ପତ୍ର ଛିଡାଇବା ଅନୁଚିତ । କାରଣ ମାନ୍ୟତା ରହିଛି କି ମା’ ତୁଳସୀ ବି ଏକାଦଶୀ ବ୍ରତ ରଖିଥାନ୍ତି ।
୨-ଯେଉଁମାନେ ବ୍ରତ ରଖିଥାନ୍ତି ସେମାନେ ଏହିଦିନ କିଛି ବି ଖାଦ୍ୟପେୟ ଗ୍ରହଣ କରିବା ଅନୁଚିତ ।
୩-ଏହିଦିନ ଆପଣ ଭୁଲ୍‌ରେ ବି କାହାପ୍ରତି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ । ଏହା ସହିତ ଏହିଦିନ ମନ ଶାନ୍ତ ରଖନ୍ତୁ ।
୪- ଏକାଦଶୀ ଦିନ ତାମସିକ ଭୋଜନ ଯେପରିକି ମାଂସ, ମଦ, ରସୁଣ, ପିଆଜ ଆଦି ଖାଆନ୍ତୁ ନାହିଁ ।
୫-ଏହି ଦିନଟିକୁ ପୂଜା ପାଠ ଓ ଧର୍ମ କାର୍ଯ୍ୟରେ ବ୍ୟତିତ କରିଦିଅନ୍ତୁ ।

Get real time updates directly on you device, subscribe now.