fbpx

ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା AICC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ଫଳାଫଳ ଘୋଷଣା ହେବ । ଏଥର ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବ ବୋଲି ବିଜେଡି କହିଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ବୟାନ ଜାରି କରାଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ଖବର ମୁତାବକ, ରାଜ୍ୟ କଂଗ୍ରେସର ଜଣେ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି । ସଞ୍ଜୟଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ତଥା ନିୟମ ଉଲ୍ଲଂଘନ ଅଭିଯୋଗ ଆସିଥିଲା । ତେଣୁ ସଞ୍ଜୟଙ୍କୁ ବହିଷ୍କାର କରିବା ନେଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ସୁପାରିଶ କରିଥିଲେ । ଉକ୍ତ ସୁପାରିଶ ଆଧାରରେ ସଞ୍ଜୟଙ୍କୁ ଏଆଇସିସି ୬ ବର୍ଷ ପାଇଁ ବହିଷ୍କାର କରିଛି । ଆଗାମୀ ଦିନରେ ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା କିଛି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.