fbpx

ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ଲୋକସେବା ଭବନରେ ଦିଆଯିବ ନିଯୁକ୍ତି, ପ୍ରାର୍ଥୀଙ୍କୁ ମିଳିବ ମାସିକ ୬୦ ହଜାର ବେତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଲୋକେସେବା ଭବନରେ ଥିବା ଆଇନ ବିଭାଗରେ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଏଥିପାଇଁ ମାସିକ ୬୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ଡିଏ, ଟିଏ, ଏଚଆରଏ ଓ ମେଡିକାଲ ସୁବିଧା ଆଦି ପ୍ରାର୍ଥୀଙ୍କୁ ମିଳିବ ନାହିଁ । ୧ ବର୍ଷ ପାଇଁ ପ୍ରାର୍ଥୀଙ୍କୁ ଏହି ନିଯୁକ୍ତି ଦିଆଯିବ । ଓଡ଼ିଆ ଭାଷା ଓ ଅନୁବାଦ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆଇନ ବିଭାଗର ଟ୍ରାନ୍ସଲେସନ ୱିଙ୍ଗର ଅବସରପ୍ରାପ୍ତ ଅଫିସରମାନେ ଏଥିପାଇଁ ଆବେଦନ କରିପାରିବେ ।

ଏହି ନିଯୁକ୍ତି ପାଇଁ କିଛି ସର୍ତ୍ତାବଳୀ ରହିଛି । ପ୍ରଶାସନିକ ନିୟମ ଅନୁସାରେ ପ୍ରାର୍ଥୀଙ୍କର ଅଫିସ ଟାଇମିଂ ଓ ଛୁଟି ଧାର୍ଯ୍ୟ ହେବ । ଇଣ୍ଟରଭ୍ୟୁୟର ପ୍ୟାନେଲ ଦ୍ୱାରା ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । କେବଳ ଶର୍ଟଲିଷ୍ଟେଡ ପ୍ରାର୍ଥୀଙ୍କୁ ଇ-ମେଲ ଜରିଆରେ ସାକ୍ଷାତକାର ପାଇଁ ଡକାଯିବ । ପର୍ସନାଲ ଇଣ୍ଟରଭ୍ୟୁ ଓ ଡକ୍ୟୁମେଣ୍ଟ ଯାଞ୍ଚ ଗୋଟିଏ ଦିନରେ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ଜୁନ୍ ୧୫ ତାରିଖ ପୂର୍ବରୁ କ୍ଷବଙ୍ଗଗ୍ଦରମ.କ୍ଟକ୍ସଅଦ୍ଭସମ.ସଦ୍ଭ ଇ-ମେଲ ଆଇଡିରେ ଆବେଦନ କରିପାରିବେ ।

Get real time updates directly on you device, subscribe now.