fbpx

ଉତ୍ତରପ୍ରଦେଶରେ ଭୂମିକମ୍ପରେ ଥରିଲା ଧରିତ୍ରୀ, ତୀବ୍ରତା କେତେ ଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶରେ ପୁଣି ଥରିଲା ଧରିତ୍ରୀ । ସୋନଭଦ୍ରରେ ଆଜି ଅଚାନକ ଲୋକମାନେ ଘରର ଫ୍ୟାନ୍ ହଲିବାର ଦେଖିଥିଲେ । ଏହାପରେ ସମସ୍ତେ ଘରୁ ଭୟରେ ବାହାରି ଆସିଥିଲେ । ପ୍ରଥମେ କେହି କିଛି ବୁଝି ପାରି ନ ଥିଲେ । ସମସ୍ତେ ମୋବାଇଲ୍ କାଢି ଚେକ୍ କରିବା ପରେ ଭୂମିକମ୍ପ ବିଷୟରେ ଜାଣିପାରିଥିଲେ । ଏହାପରେ ସମସ୍ତେ ପରସ୍ପର ଠାରୁ ଭୂମିକମ୍ପ ବିଷୟରେ ତଥ୍ୟ ନେବାକୁ ଲାଗିଥିଲେ ।

ମିଳିଥିବା ସୂଚନା ଅନୁସାରେ ଦ୍ୱିପ୍ରହର ୩ଟା ୫୦ମିନିଟ୍ ପରେ ଅଚାନକ ଏକ ଜୋରଦାର ଝଟକା ଅନୁଭୂତ ହୋଇଥିଲା । ଛାତରେ ଲାଗିଥିବା ପଙ୍ଖା ଦୋହଲିଥିଲା । ଲୋକମାନଙ୍କୁ ଚଟାଣ ହଲିବାର ଅନୁଭବ ହୋଇଥିଲା । ଏହାପରେ ସମସ୍ତେ ଭୟରେ ଘରୁ ବାହାରି ଆସିଥିଲେ ।

ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୯ । ଗୋଟିଏ ଦିନ ପୂର୍ବରୁ ତିଦ୍ଦତରେ ବି ଭୂମିକମ୍ପ ଆସିଥିଲା । ଜିଜାଙ୍ଗରେ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା । ତେବେ ଏହି ଭୂମିକମ୍ପରେ କୌଣସି ପ୍ରକାର ଜନହାନୀ ହୋଇନାହିଁ ।

Get real time updates directly on you device, subscribe now.