fbpx

T-20 ବିଶ୍ୱକପରେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର… Playing-11କୁ ନେଇ ଉତ୍ତର ଦେଲେ ରୋହିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ଏହାପୂର୍ବରୁ ବାଂଲାଦେଶ ବିପକ୍ଷ ୱାର୍ମ-ଅପ୍ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଏହି ମ୍ୟାଚକୁ ୬୨ ରନରେ ବିଜୟୀ ହୋଇଛି ରୋହିତ ସେନା । ଷ୍ଟାର କିପର ଋଷଭ ପନ୍ତ ଏବଂ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଏହାବ୍ୟତୀତ ସମସ୍ତ ବୋଲର ମଧ୍ୟ ଭଲ ବୋଲିଂ ବଳରେ ବାଂଲାଦେଶକୁ ଚକମା ଦେବାରେ ସଫଳ ହୋଇଛି ମେନ୍ ଇନ୍ ବ୍ଲୁ । ତେବେ ଏହି ମ୍ୟାଚ ପରେ ଅଧିନାୟକ ରୋହିତ ବିଶ୍ୱକପ ପ୍ଲାନ କହିଛନ୍ତି । ଟି-୨୦ ବିଶ୍ୱକପରେ ଭାରତର ବ୍ୟାଟିଂ ଅର୍ଡରକୁ ନେଇ ଖୁଲାସା କରିଛନ୍ତି ରୋହିତ ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଦଳର ଚୂଡ଼ାନ୍ତ ବ୍ୟାଟିଂ ଅର୍ଡର ଚୟନ ହୋଇନାହିଁ । ତେବେ ଋଷଭ ପନ୍ତଙ୍କୁ ସୁଯୋଗ ଦେବା ପାଇଁ ବାଂଲାଦେଶ ବିପକ୍ଷରେ ଦଳ ବଡ଼ ନିଷ୍ପତ୍ତି ନେଇଛି । ଏପରିକି ବୋଲର ମଧ୍ୟ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଦଳର ପ୍ରଦର୍ଶନରେ ମୁଁ ଖୁସି ଅଛି । ଆମେ ଯେମିତି ଚାହୁଁଥିଲୁ ଠିକ ସେହି ପରିଣାମ ମଧ୍ୟ ମିଳିଛି । ତେବେ ଆଗାମୀ ଟୁର୍ଣ୍ଣାମେଣ୍ଟରେ ପରିସ୍ଥିତି ଅନୁସାରେ ଦଳର ବ୍ୟାଟିଂ ଅର୍ଡର ଚୟନ କରାଯିବ ।

ତେବେ ଅନେକ ପୂର୍ବତନ କ୍ରିକେଟର ତଥା ସମୀକ୍ଷକ କହିଛନ୍ତି ଯେ, ବିଶ୍ୱକପରେ ରୋହିତଙ୍କ ସହ ବିରାଟ କୋହଲି ଓପନିଙ୍ଗ କରିବା ଉଚିତ୍ । ଏହାପରେ ଋଷଭ ପନ୍ତ ଏବଂ ସଞ୍ଜୁ ସାମସନ ଉଭୟଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ଅଲରାଉଣ୍ଡର ଭୂମିକାରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଏବଂ ରବିନ୍ଦ୍ର ଜାଡେଜା ଦଳରେ ସ୍ଥାନ ପାଇପାରନ୍ତି । ଭାରତ ଆସନ୍ତା ୫ ତାରିଖରେ ପ୍ରଥମ ମ୍ୟାଚରେ ଆୟରଲାଣ୍ଡକୁ ଭେଟିବ ଏବଂ ୯ ତାରିଖରେ ପାକିସ୍ତାନ ବିପକ୍ଷରେ ହେବ ବିଗ୍ ଫାଇଟ ।

ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, କୁଳଦୀପ ଯାଦବ ଏବଂ ଅର୍ଶଦୀପ ସିଂହ

Get real time updates directly on you device, subscribe now.