fbpx

ଅମୂଲ କ୍ଷୀର ଦାମ୍ ୨ ଟଙ୍କା ବଢ଼ିଲା: ଫଳାଫଳ ଘୋଷଣା ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନ ମାହୋଲ ଦେଖିବାକୁ ମିଳିଛି । ଜୁନ୍ ୧ରେ ମତଦାନ ସରିବା ପରେ ଆସନ୍ତା ୪ ତାରିଖରେ ପ୍ରକାଶ ପାଇବାକୁ ଥିବା ଲୋକସଭା ନିର୍ବାଚନର ଫଳାଫଳ ଉପରେ ଏବେ ସଭିଙ୍କ ନଜର ରହିଛି । ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଅମୂଲ କ୍ଷୀର ମୂଲ୍ୟ ବୃଦ୍ଧି ପାଇଛି । ଏହା ଫଳରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଝଟକା ଲାଗିଛି ।

ସୂଚନା ମୁତାବକ, ଅମୂଲ କ୍ଷୀର ଦାମ୍ ୨ ଟଙ୍କା ବୃଦ୍ଧି ପାଇଛି । ଏଥିସହିତ ଅମୂଲ ଶକ୍ତି ଓ ଟି ସ୍ପେଶାଲ ଦର ମଧ୍ୟ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧି ଜୁନ୍ ମାସ ୩ ତାରିଖ ଠାରୁ ଲାଗୁ ହେବ । ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ (ସିଜିଏମଏମଏଫ) ପକ୍ଷରୁ ଅମୂଲ ଗୋଲ୍ଡ ମୂଲ୍ୟ ୬୪ ଟଙ୍କାରୁ ୬୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥାତ ଅଧା ଲିଟର କ୍ଷୀର ପାଇଁ ଏବେ ୩୩ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅମୂଲ ତାଜା ଲିଟର ୫୪ ଟଙ୍କା ହୋଇଥିବା ବେଳେ ଅମୂଲ ଶକ୍ତି ଲିଟର ୬୦ ଟଙ୍କା ହୋଇଛି ।

Get real time updates directly on you device, subscribe now.