fbpx

ଥାପ୍ପଡ କାଣ୍ଡକୁ ନେଇ ବଲିଉଡ୍ ଚୁପ୍‌, ଇନଷ୍ଟାଗ୍ରାମରେ ପୋଷ୍ଟ କରି କଙ୍ଗନା ପରିପ୍ରକାଶ କଲେ କ୍ରୋଧ

ନୂଆଦିଲ୍ଲୀ:କଙ୍ଗନାଙ୍କ ସହ ଘଟିଥିବା ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଲୋକମାନେ ନିନ୍ଦା କରିଛନ୍ତି । କଙ୍ଗନାଙ୍କ ପ୍ରଶଂସକମାନେ ତାଙ୍କ ସମର୍ଥନରେ ବାହାରିଛନ୍ତି । କିନ୍ତୁ ଏହି ମାମଲାରେ ଏ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାହାର ପ୍ରତିକ୍ରିିୟା ସାମ୍ନାକୁ ଆସିନାହିଁ । ଏହା କଙ୍ଗନାଙ୍କୁ ବିଶେଷ ଭାବରେ ଆହତ କରିଛି । ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ ଲେଖି ଇଣ୍ଡଷ୍ଟ୍ରୀର ଲୋକଙ୍କୁ କଲ୍ ଆଉଟ୍ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହାକୁ ଡିଲିଟ୍ କରିଦେଇଛନ୍ତି ।
କାଲି ଅର୍ଥାତ୍ ଗୁରୁବାର ବଲିଉଡ୍ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କ ସହ ଏକ ଦୁଃଖଦାୟକ ଘଟଣା ଘଟିଛି । ପ୍ରଥମଥର ସାଂସଦ ହେବା ପରେ ସେ ଦିଲ୍ଲୀ ଯାଉଥିଲେ । କିନ୍ତୁ ଯେତେବେଳେ ସେ ଚଣ୍ଡୀଗଡ ବିମାନ ବନ୍ଦରରେ ପହଞ୍ଚିଥିଲେ ସେତେବେଳେ CISF ର ମହିଳା ଯବାନ କୁଲବିନ୍ଦର କୌର ତାଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କୁ ଥାପଡ ମାରିଥିଲେ । ଏହି ମହିଳା ଯବାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରି ଦିଆଯାଇଛି । ତେବେ ତାଙ୍କ ସହ ହୋଇଥିବା ଏପରି ଦୁଃର୍ବ୍ୟବହାରକୁ ନେଇ କଙ୍ଗନା ନିଜର କ୍ରୋଧ ପରିପ୍ରକାଶ କରିଛନ୍ତି ।

ତେବେ ଏହି ଘଟଣାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଚୁପ୍ ରହିଥିବାରୁ କଙ୍ଗନା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ବିମାନବନ୍ଦରରେ ମୋ ସହ ଘଟିଥିବା ଘଟଣାକୁ ନେଇ ଆପଣମାନେ ସେଲିବ୍ରେଟ୍ କରୁଛନ୍ତି ନା ଏହା ଉପରେ ଜାଣିଶୁଣି ନୀରବ ରହିଛନ୍ତି । କଙ୍ଗନା ଲେଖିଛନ୍ତି, ଆପଣମାନେ ସମସ୍ତେ ମନେ ରଖନ୍ତୁ ଆପଣ କାଲି ନିଜ ଦେଶର ସଡକ ଉପରେ କିମ୍ବା ଆଉ କେଉଁଠି ଚାଲୁଥିବେ ସେତେବେଳେ କୌଣସି ଇସ୍ରାଏଲୀ କିମ୍ବା ପାଲେଷ୍ଟାଇନ୍ ନାଗରିକ ଆସି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ପିଲାଙ୍କ ଉପରେ ଆକ୍ରମଣ କରିବ କାରଣ ଆପଣ ସମସ୍ତେ ରାଫାକୁ ସମର୍ଥନ କରିଥିଲେ, ସେତେବେଳେ ଆପଣଙ୍କ ମତ ସ୍ୱାଧୀନତା ଲାଗି ମୁଁ କିନ୍ତୁ ଲଢିବି.. ।
ଅନ୍ୟ ଏକ ପୋଷ୍ଟରେ କଙ୍ଗନା ଲେଖିଛନ୍ତି, ‘ଅଲ୍ ଆଇଜ୍ ଅନ୍ ରାଫା’ ଗ୍ୟାଙ୍ଗ ମନେ ରଖ ଏହା ଆପଣଙ୍କ କିମ୍ବା ଆପଣଙ୍କ ପିଲାଙ୍କ ସହ ବି କେଉଁଦିନ ଘଟିପାରେ ।

Get real time updates directly on you device, subscribe now.