fbpx

ମିଳିତ ନିଯୁକ୍ତି ପରୀକ୍ଷା-୨୦୨୩: ଓଡ଼ିଆ ଓ ଇଂରାଜୀ ଟାଇପିଂ ଟେଷ୍ଟର ଡେମୋ ଲିଙ୍କ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ ୧୧ ଓ ଜୁନ ୧୨ରେ ହେବ ଷ୍ଟେନୋଗ୍ରାଫି, ଟାଇପିଂ ଟେଷ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର ଟେଷ୍ଟ । ମିଳିତ ନିଯୁକ୍ତି ପରୀକ୍ଷାରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଷ୍ଟୋନୋଗ୍ରାଫି ଓ ଟାଇପିଂ ଟେଷ୍ଟ ନିଆଯିବ । ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ-କମ-ଟାଇପିଷ୍ଟ, ଟାଇପିଷ୍ଟ-କମ-କପିଇଷ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ଏହି ତାରିଖ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ସ୍ଥିର କରାଯିବା ସହ ଗତ ମାସ ୩୧ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ଏହା ମଧ୍ୟରେ ଓଏସଏସସି ପକ୍ଷରୁ ପୁଣି ଏକ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀମାନେ କିପରି ଓଡ଼ିଆ ଓ ଇଂରାଜୀ ଟାଇପିଂ କରିବେ ସେ ବିଷୟରେ ଜାଣିବା ପାଇଁ ଏସଏସସି ତରଫରୁ ଏକ ଡେମୋ ଲିଙ୍କ ଦିଆଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ମାଧ୍ୟମରେ ଏହି ଟେଷ୍ଟ ପାଇଁ ଅନେକ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିଛନ୍ତି । ଗତ ୫ ତାରିଖ ପରଠାରୁ ଏଥିପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ଡେମୋ ଲିଙ୍କ: http://69.46.0.229/2024OdiaTypinG/

Get real time updates directly on you device, subscribe now.