fbpx

୫୦୦ ବର୍ଷ ପରେ ୫ ଗ୍ରହ ମିଶି ସୃଷ୍ଟି କରିବାକୁ ଯାଉଛନ୍ତି ଏ ସମସ୍ତ ରାଜଯୋଗ, ଏହି ରାଶି ହେବେ ମାଲାମାଲ

ଓଡ଼ିଶା ଭାସ୍କର: ଯେତେବେଳେ ବି କୌଣସି ଗ୍ରହର ଗୋଚର ହୋଇଥାଏ ସେତେବେଳେ ଏହାର ପ୍ରଭାବ ସମସ୍ତ ଜାତକ ଉପରେ ସକରାତ୍ମକ କିମ୍ବା ନକରାତ୍ମକ ଭାବରେ ପଡିଥାଏ । ଖୁବ୍ ଶୀଘ୍ର ସୂର୍ଯ୍ୟ, ବୁଧ, ଗୁରୁ, ଶୁକ୍ର ଓ ମଙ୍ଗଳ ମିଶି ୫ ରାଜଯୋଗ ନିର୍ମାଣ କରିବାକୁ ଯାଉଛନ୍ତି । ୫୦୦ ବର୍ଷ ପରେ ଏହି ୫ ଗ୍ରହଙ୍କ ରାଜଯୋଗ ଏକ ସଙ୍ଗେ ସୃଷ୍ଟି ହେବାକୁ ଯାଉଛି ।

ଶୁକ୍ର ନିଜ ରାଶିରେ ରହି ମାଲବ୍ୟ ଯୋଗ ସୃଷ୍ଟି କରିବେ । ସେହିପରି ସୂର୍ଯ୍ୟ ଓ ବୁଧ ମିଥୁନରେ ରହି ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରିବେ । ଶୁକ୍ର ଓ ବୁଧ ଲକ୍ଷ୍ମୀ ନାରାୟଣ ରାଜଯୋଗ, ଶନି କୁମ୍ଭରେ ରହି ଶଶ ରାଜଯୋଗ ନିର୍ମାଣ କରିବେ । ଗୁରୁ-ଶୁକ୍ର ମିଶି ଗଜଲକ୍ଷ୍ମୀ ରାଜଯୋଗ ନିର୍ମାଣ କରିବେ ।

ଜ୍ୟୋତିଷଶାସ୍ତ୍ରରେ ଏ ସମସ୍ତ ଗ୍ରହ ବହୁତ ଖାସ୍ ହୋଇଥାନ୍ତି ଓ ସବୁ ଜାତକଙ୍କୁ ଏହି ରାଜଯୋଗ ଶୁଭଫଳ ପ୍ରଦାନ କରିଥାନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ରାଜଯୋଗ ଦ୍ୱାରା କେଉଁ ରାଶି ଲାଭବାନ ହେବେ ।

ମେଷ: ମେଷ ରାଶି ଲାଗି ଏହି ୫ ରାଜଯୋଗ ବହୁତ ଶୁଭ । ଆପଣ ସବୁ କାର୍ଯ୍ୟରେ ସଫଳ ହେବେ । ଚାକିରୀରେ ପଦୋନ୍ନତି ହେବ । ନୂଆ ଚାକିରୀ ସୁଯୋଗ ବି ମିଳିପାରେ । ବିଜନେସ୍‌ରେ ଭଲ ପ୍ରଦର୍ଶନ କରିବେ । ଆର୍ଥିକ ସ୍ଥିତି ଭଲ ରହିବ ।
ବୃଷ: ୫ ରାଜଯୋଗ ଏହି ରାଶିର ଲୋକଙ୍କ ଲାଗି ବହୁତ ଖାସ୍ ରହିବ । ଏହି ଯୋଗରେ ଶୁଭଫଳ ପ୍ରାପ୍ତି ହେବ । ଭାଗ୍ୟ ସବୁଥିରେ ସାଥ୍ ଦେବ । ଦରମା ବୃଦ୍ଧି ଘଟିବ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ ।
ସିଂହ: ଏହି ରାଶି ଲାଗି ୫ ରାଜଯୋଗ ବହୁତ ଶୁଭ । କ୍ୟାରିୟରରେ ବହୁ ଉପରକୁ ଯିବେ । ପଦୋନ୍ନତି ମିଳିବ । ବ୍ୟବସାୟ ଭଲ ଚାଲିବ । ଆର୍ଥିକ ସ୍ଥିତି ମଜଭୁତ ହେବ ।
କୁମ୍ଭ: ଭାଗ୍ୟ ବେଶ୍ ସହାୟକ ହେବ । ଆୟ ବୃଦ୍ଧି ଘଟିବ । ବିଦେଶ ଯାତ୍ରାର ସୁଯୋଗ ମିଳିବ । ଆୟ ଓ ସଞ୍ଚୟ ଉପରେ ସବୁଠାରୁ ଅଧିକ ଧ୍ୟାନ ଦେବେ ।

Get real time updates directly on you device, subscribe now.