ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ବରପୁତ୍ରଙ୍କୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ବରପୁତ୍ରଙ୍କୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ । ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଲେ ମୋହନ ମାଝୀ । ମାଲ୍ୟାର୍ପଣ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ମୋହନ ମାଝୀ । କହିଲେ- ‘ଶପଥ ପାଠ ପରେ ଶହେ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇବୁ’ ।

‘ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ ଆରମ୍ଭ ହେବ, ପ୍ରଥମେ ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ । ତାଙ୍କ ସହ ଉପସ୍ଥିତ ଥିଲେ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା । ସେମାନେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି ।