fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: ବ୍ୟାଙ୍କ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି, ଉପକୃତ ହେବେ ୮ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ନୂଆ ଉପହାର ଘୋଷଣା ହୋଇଛି । ବ୍ୟାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ହୋଇଛି । ଏନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ, ଜୁନ ଓ ଜୁଲାଇ ମାସ ପାଇଁ ବ୍ୟାଙ୍କ କର୍ମଚାରୀଙ୍କର ଡିଏ ୧୫.୯୭ ପ୍ରତିଶତକୁ ବୃଦ୍ଧି ପାଇଛି । କର୍ମଚାରୀଙ୍କର ବାର୍ଷିକ ବେତନରେ ୧୭ ପ୍ରତିଶତ ବୃଦ୍ଧି କରିବା ପାଇଁ ଆଇବିଏ ଓ ବ୍ୟାଙ୍କ କମଚାରୀ ସଂଘ ମଧ୍ୟରେ ଗତ ମାର୍ଚ୍ଚରେ ସହମତି ପ୍ରକାଶ ପାଇଥିଲା । ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକର ବେତନ ବାବଦରେ ଅତିରିକ୍ତ ୮୨୮୪ କୋଟି ଟଙ୍କା ବ୍ୟୟ ହେବ ।

ତେବେ ଏହି ନିଷ୍ପତ୍ତିକୁ ଗତ ୨୦୨୨ ମସିହା ନଭେମ୍ବର ମାସରୁ ପିଛିଲା ଭାବେ କରାଯିବ । ଏହି ନିଷ୍ପତ୍ତି ଫଳରେ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଉପକୃତ ହେବେ । ତେବେ ବ୍ୟାଙ୍କ କର୍ମଚାରୀଙ୍କର ସପ୍ତାହକୁ ୫ ଦିନ କାର୍ଯ୍ୟକୁ ମଞ୍ଜୁରୀ ମିଳିପାରି ନାହିଁ । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚରେ ହୋଇଥିବା ବୈଠକରେ ଆଇବିଏ ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ଆଲୋଚନା ପରେ ବ୍ୟାଙ୍କ କର୍ମଚାରୀଙ୍କର ବାର୍ଷିକ ବେତନ ୧୭ ପ୍ରତିଶତ ବୃଦ୍ଧି ନେଇ ସହମତି ପ୍ରକାଶ ପାଇଥିଲା । ଏଥିସହିତ ମହିଳା କର୍ମଚାରୀମାନେ ମାସକୁ ଗୋଟିଏ ଦିନ ଅସୁସ୍ଥତା ଜନିତ ଛୁଟି ନେଇ ପାରିବେ ଓ ସେଥିପାଇଁ ମେଡିକାଲ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବନି ବୋଲି ନୂଆ ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.